ହିଂସା ବଢାଉଥିବା ପୋଷ୍ଟ୍ ଉପରେ ଅଙ୍କୁଶ ଲଗାଇବ ଫେସବୁକ୍ ! ସୋସିଆଲ୍ ସାଇଟ୍ ଉପରେ ଲାଗିଥିଲା ଆରୋପ ।

54

ସୋସିଆଲ୍ ନେଟୱର୍କିଙ୍ଗ୍ ସାଇଟ୍ ଫେସବୁକରେ ବଢୁଥିବା ହିଂସାକୁ ଦେଖି ଫେସବୁକ୍ ଏବେ ଏଭଳି ପୋଷ୍ଟକୁ ସାଇଟରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଛି । ଫେସବୁକ୍ ଏଭଳି ଘୋଷଣା ଏହି ସମୟରେ କରିଛି ଯେତେବେଳେ ଭାରତ,ମିଆଁମାର ଏବଂ ଶ୍ରୀଲଙ୍କା ଭଳି ଦେଶରେ ହିଂସା ବଢୁଥିବାର ପ୍ରମୁଖ କାରଣ ରୁପେ ଲୋକେ ସୋସିଆଲ୍ ମିଡିଆକୁ ଦାୟି କରୁଛନ୍ତି ।

ସୁତ୍ର ଅନୁସାରେ,ଫେସବୁକରେ ହିଂସାର ଅପିଲ୍ କରୁଥିବା ସାମଗ୍ରୀ ଉପରେ ପୂର୍ବରୁ ହିଁ ରୋକ୍ ଲଗାଇ ଦିଆଯାଇଛି । ଏବେ ପୂର୍ବ ଭଳି ହିଂସା ବଢାଉଥିବା ପୋଷ୍ଟକୁ ମଧ୍ୟ ସାଇଟରୁ ହଟାଯିବାକୁ ପ୍ଲାନ୍ କରାଯାଇଛି । ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କ ମତରେ ଫେସବୁକରେ ଏଭଳି କିଛି ପୋଷ୍ଟ ରହିଛି ଯାହା ଶାରୀରିକ କ୍ଷେତ୍ରରେ କାହାକୁ ହାନି ପହଞ୍ଚାଇ ପାରେ । ଏଣୁ ଯଥାଶୀଘ୍ର ଏଭଳି ହାନିକାରକ ପୋଷ୍ଟ୍ ଉପରେ ଅଙ୍କୁଶ ଲଗାଇବା ପାଇଁ ଆମର ଚେଷ୍ଟା ଜାରି ରହିଛି ।

ସାମାଜିକ କାର୍ଯ୍ୟକର୍ତ୍ତା ଏଭଳି ସାମଗ୍ରୀକୁ ହଟାଇବା ପାଇଁ କରିଥିଲେ ଅପିଲ୍ :

ଚଳିତ ବର୍ଷ ଭାରତ,ମିଆଁମାର ସମେତ ଅନ୍ୟ ୮ ଟି ଦେଶରେ ଫେସବୁକରେ ମାନବଧିକାରର ହନନ କରିଥିବା ନେଇ ଅଭିଯୋଗ ଆସିଥିଲା । ଭୁଲ୍ ସୁଚନା ପ୍ରଦାନ କରିବା ଏବଂ ହିଂସା ଉତ୍ପନ୍ନ କରିବାକୁ ନେଇ ହୋଇଥିଲା ଅପିଲ୍ ।

ହ୍ୱାଟସଆପ୍ ମଧ୍ୟ ତାଲିକାରେ ସଂପୃକ୍ତ :

ଆଉ ଏକ ପପୁଲାର୍ ସୋସିଆଲ୍ ସାଇଟ୍ ହ୍ୱାଟସଆପକୁ ଭାରତରେ ବଢୁଥିବା ହିଂସା ଏବଂ ଗଣହତ୍ୟାର ଅଭିଯୁକ୍ତ ରୂପେ ଆଲୋଚନା କରାଯାଉଛି । ଏହି ଗୁଜବ ପ୍ରଚାର ଏବଂ ପ୍ରସାର ଫଳରେ କିଛି ନିରୀହ ଲୋକଙ୍କ ଜୀବନ ମଧ୍ୟ ସଂକଟରେ ପଡିଛି ।