ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଉପରେ ଭରସା କରିପାରୁନାହିଁ ଆମେରିକା ! କହିଲା ପାକ୍ ଉପରେ ଭରସା ନାହିଁ , କେବେ ବି ଓଲଟିପାରେ ।

457

ଆମେରିକାର ଜଣେ ଅଧିକାରୀଙ୍କ ମତରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଆତଙ୍କବାଦୀ ସମୂହଙ୍କ ଉପରେ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ପାକିସ୍ତାନକୁ ଭରସା ନାହିଁ । ପାକ୍ କେତେବେଳେ ବି ନିଜ କଥାରୁ ଓହରିପାରେ । ବିଦେଶ ମନ୍ତ୍ରାଳୟର ବିଶେଷ ଅଧିକାରୀ ଏଲିସ୍ ଜି ବେଲ୍ସ ଏସିୟା,ପ୍ରଶାନ୍ତ ଏବଂ ପରମାଣୁ ଅପ୍ରସାର ପାଇଁ ବିଦେଶ ମାମଲାରେ ସଂସଦର ଉପସମିତିକୁ କୁହାଯାଇଛି ଯେ ଲସ୍କର-ଏ-ତୋଏବା ଏବଂ ଜୈସ୍-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନ ସେ ପର୍ଯ୍ୟନ୍ତ ଅନ୍ତଃରାଷ୍ଟ୍ରୀୟ ଶାନ୍ତି ପାଇଁ ବିପଦ ହୋଇରହିବ ଯେଉଁ ପର୍ଯ୍ୟନ୍ତ ପାକିସ୍ତାନରେ ସ୍ୱାଧୀନତାର ସହ କାମ କରିବା ପାଇଁ ସକ୍ଷମ ହୋଇପାରିବେ ।

ସେ ଅପିଲ୍ କରିଛନ୍ତି ଯେ ପାକିସ୍ତାନ ନେତ୍ୱତୃ ଦେଶରେ କାମ କରୁଥିବା ଆତଙ୍କବାଦୀ ସଂଗଠନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଦରକାର । ଏଲିସ୍ ବୟାନରେ କହିଥିଲେ , “ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିତୃଷ୍ଣା ସୃଷ୍ଟି କରୁଥିବା ପୁଲୱାମା ଆତଙ୍କବାଦୀଙ୍କ ଗତିବିଧିକୁ ରୋକିବା ଏବଂ ତକ୍ରାଳ ଆବଶ୍ୟକତାକୁ ଜୋର୍ ଦିଆଯିବ ।”