ଡୋନାଲ୍ଡ ଟ୍ରମ୍ପଙ୍କ ପାଖକୁ ଆସିଲା ସନ୍ଦିଗ୍ଧ ଲିଫାପା ! ସିଆନାଇଡରୁ ୬ହଜାର ଗୁଣ ଅଧିକ ବିଷାକ୍ତ ପଦାର୍ଥ ଥିବାର ଆଶଙ୍କା

53

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପେଣ୍ଟାଗନକୁ ଲେଖାଯାଇଥିବା ଏକ ପତ୍ରରେ ଘାତକ ବିଷାକ୍ତ ପଦାର୍ଥ ରାଇସିନ୍ ଥିବାର ସନ୍ଦେହ କରାଯାଇଛି । ରକ୍ଷା ମନ୍ତ୍ରାଳୟର ପ୍ରବକ୍ତାଙ୍କ ଅନୁସାରେ, ଆମେରିକାର ଗୁପ୍ତ ସେବା କହିଲା କି, ସୋମବାର ଟ୍ରମ୍ପଙ୍କୁ ସମ୍ବୋଧିତ କରି ଲେଖାଯାଇଥିବା ଏକ ସନ୍ଦିଗ୍ଧ ଲିଫାପା ମିଳିଛି । ସେହି ଦିନ ପେଣ୍ଟାଗନ୍ ର ଯାଂଚ କେନ୍ଦ୍ରରେ ସେମିତି ଦୁଇଟି ସନ୍ଦିଗ୍ଧ ଲିଫାପା ମିଳିଛି । ଲିଫାପାକୁ ହ୍ୱାଇଟ୍ ହାଉସ୍ ନିଆଯାଇନଥିଲା ।

ରାଇସିନ୍ କୁ ଗିିଳିଲେ, ସୁଘିଂଲେ କିମ୍ବା ଇଂଜେକ୍ସନ ରୂପେ ଦିଆଗଲେ, ଏହା ମାତ୍ର କିଛି ମିନିଟ୍ ପ୍ରାଣଘାତକ ସାବ୍ୟସ୍ତ ହୋଇଥାଏ । ଏହାର ପ୍ରଭାବ ସିଆନାଇଡ୍ ମୁକାବିଲାରେ ୬ହଜାର ଗୁଣ ଅଧିକ ବିଷାକ୍ତ ହୋଇଥାଏ । ଏହା ଦ୍ୱାରା ବାନ୍ତି ହେବା, ଆଭ୍ୟନ୍ତରୀଣ ରକ୍ତ ପ୍ରବାହ ଓ ଶ୍ୱାସ ନେବାରେ ଅସୁବିଧା ହୋଇପାରେ, ଯେଉଁଥିରେ ଶରୀର ନିଷ୍କ୍ରିୟ ହେବା ବା ରକ୍ତ ପ୍ରବାହ ବନ୍ଦ ହେବା କାରଣରୁ ମୃତ୍ୟୁ ହୋଇପାରେ ।