ପର୍ଣ୍ଣଷ୍ଟାରଙ୍କୁ ୮୨ ଲକ୍ଷ ଟଙ୍କା ଦେଇଥିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଓକିଲ , ହେଲେ କାହିଁକି ! ପ୍ରକାଶ ପାଇଲା ରିପୋର୍ଟ

64

ପୁଣି ଚର୍ଚ୍ଚାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଉତ୍ତର କୋରିଆ ସହ ବାଦ ବିବାଦ ଭିତରେ ପୁଣିଥରେ ଏବେ ଗଣମାଧ୍ୟମର ଶିରୋନାମାକୁ ଆସିଛନ୍ତି ଟ୍ରମ୍ପ । କିନ୍ତୁ ଏଥର ନିଜର ପୁରଣା ଯୌନ କେଳେଙ୍କାରୀକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଆମେରିକା ରାଷ୍ଟ୍ରପତି । ରିପୋର୍ଟ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢୁଥିବା ସମୟରେ ଟ୍ରମ୍ପ ନିଜ ବ୍ୟକ୍ତିଗତ ଓକିଲଙ୍କ ଜରିଆରେ ଏକ୍ସ ପର୍ଣ୍ଣଷ୍ଟାରଙ୍କୁ ପାଖାପାଖି ୮୨ ଲକ୍ଷ ଟଙ୍କା ଦେଇଥିଲେ । କାରଣ ତାଙ୍କ ସହ ରଖିଥିବା ଯୌନ ସମ୍ବନ୍ଧ ବାବଦରେ ଚୁପ ରହିବା ପାଇଁ ଟ୍ରମ୍ପ ଏହି ଟଙ୍କା ଦେଇଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଛି ।

Donald Trump's Untimate Deal Cash Giveawayତେବେ ଦ ୱାଲ ଷ୍ଟ୍ରୀଟ ଜର୍ନାଲରେ ପ୍ରକାଶ ପାଇଥିବା ଏହି ଖବର ଉପରେ କୌଣସି ଟିପ୍ପଣୀ ଦେଇନାହିଁ ହ୍ୱାଇଟ ହ୍ୱାଉସ । ଏପରିକି ଟ୍ରମ୍ପଙ୍କ ବ୍ୟକ୍ତିଗତ ଓକିଲ ମାଇକେଲ କୋହେନ ଏହି ଖବରକୁ ଏଡାଇ ଯିବା ସହ ଏହାକୁ ମିଛ କଥା ବୋଲି କହିଛନ୍ତି । କୋହେନ କହିଛନ୍ତି ଦ୍ୱିତୀୟ ଥର ପାଇଁ ତାଙ୍କ ମହକିଲ ଅଥାର୍ତ ଟ୍ରମ୍ପଙ୍କ ନାଁରେ ଏଭଳି ଖବର ପ୍ରକାଶ ପାଇଛି । ଲଗାତାର ଗତ ଏକବର୍ଷ ଧରି ଏଭଳି ମିଛ କାହାଣୀ ଟ୍ରମ୍ପଙ୍କ ନାଁରେ ପ୍ରକାଶ ପାଉଛି । କିନ୍ତୁ ୨୦୧୧ ମସିହା ପରେ ଟ୍ରମ୍ପଙ୍କ ନାଁ ଯାହା ସହିତ ମଧ୍ୟ ଯୋଡାଯାଉଛି ସେମାନେ ନିଜେ ଏହାକୁ ଖଣ୍ଡନ କରୁଛନ୍ତି । ଏପରିକି ୨୦୦୬ରେ ଏକ୍ସ ରେଟେଡ ଅଭିନେତ୍ରୀ ଷ୍ଟିଫୋନି କ୍ଲିଫୋର୍ଡଙ୍କ ସହ ମଧ୍ୟ ଟ୍ରମ୍ପଙ୍କର ଯୌନ ସମ୍ବନ୍ଧ ଥିବା ନେଇ କଥା ଉଠିଛି କିନ୍ତୁ ମେଲ ପଠାଇ ଷ୍ଟିଫୋନି ଏହାକୁ ଖଣ୍ଡନ କରିଛନ୍ତି । ଏହାପୂର୍ବରୁ ୨୦୦୫ରେ ମିଲିନିଆଙ୍କୁ ବିବାହ କରିଥିଲେ ଟ୍ରମ୍ପ ।

କିନ୍ତୁ ଏବେ ଟ୍ରମ୍ପଙ୍କ ନାଁରେ ଉଠିଥିବା ଅଭିଯୋଗକୁ ନେଇ ହ୍ୱାଇଟ ହାଉସର ଏକ ଅଧିକାରୀ କହିଛନ୍ତି, ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଏହା ବହୁତ ପୂର୍ବର ଘଟଣା ଯାହା ନିର୍ବାଚନ ପୂର୍ବରୁ ମଧ୍ୟ ପ୍ରକାଶିତ ହୋଇଥିଲା । ଏହାକୁ ସେତେବେଳେ ମଧ୍ୟ ଖାରିଜ କରାଯାଇଥିଲା । ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ମହିଳାଙ୍କ ସହ ସମ୍ବନ୍ଧକୁ ନେଇ ଟ୍ରମ୍ପ ଚର୍ଚ୍ଚାରେ ରହିଛନ୍ତି ।