ଆତଙ୍କବାଦ ବିରୋଧରେ ବିଶ୍ୱ ସମୁଦାୟ ଏକାଠି ହେବା ଜରୁରୀ କହିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ !

34

କନକ ବ୍ୟୁରୋ : ବିଶ୍ୱ ପାଇଁ ଚିନ୍ତା ବଢାଇଛି ଆତଙ୍କବାଦୀ । ଏହା ବିରୋଧରେ ବିଶ୍ୱ ସମୁଦାୟ ଏକାଠି ହେବା ଜରୁରୀ । ମଧ୍ୟ-ପୂର୍ବ ଦେଶ ଗୁଡିକ ମିଳିତ ଭାବେ ଆତଙ୍କବାଦ ବିରୋଧରେ ଲଢିବା ଆବଶ୍ୟକ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆତଙ୍କବାଦଯୋଗୁଁ ଆମେରିକାରୁ ଭାରତ, ଋଷିଆରୁ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ପ୍ରଭାବିତ ହୋଇଛନ୍ତି ବୋଲି ସେ କହିଛନ୍ତି । ସାଉଦି ଆରବ ଗସ୍ତରେ ଥିବା ଟ୍ରମ୍ପ ନିଜ ଅଭିଭାଷଣରେ ଆତଙ୍କବାଦ ନେଇ ଚିନ୍ତା ପ୍ରକାଶ କରିଛନ୍ତି ।

ପାକିସ୍ତାନର ନାଁ ନନେଇ ସେ କୌଣସି ଦେଶ ନିଜ ମାଟିକୁ ଆତଙ୍କବାଦୀଙ୍କ ଭୁସ୍ୱର୍ଗ ନକରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । ରିଆଦଠାରେ ୫୦ଟି ମୁସଲିମ ଦେଶର ପ୍ରତିନିଧିଙ୍କୁ ସମ୍ବୋଧନ କରିବା ବେଳେ ଟ୍ରମ୍ପ ଆତଙ୍କବୀଦ ବିରୋଧ ଓ ବିଶ୍ୱ ଶାନ୍ତିକୁ ଗୁରୁତ୍ୱ ଦେଇଥିଲେ । ଏହା ପୂର୍ବରୁ ସାଉଦି ଆରବ ସହ ଆମେରିକାର ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ଚୂକ୍ତି ହୋଇଥିଲା ।