ପାକିସ୍ତାନ ସରକାରଙ୍କୁ ବଡ ଝଟକା ! ୨୧୩୦ କୋଟି ଟଙ୍କାର ଆର୍ଥିକ ଅନୁଦାନ ରଦ୍ଦ କଲା ଆମେରିକା ।

38

ପାକିସ୍ତାନକୁ ଝଟକା ଦେବା ପାଇଁ ଆମେରିକା ୩୦୦ ମିଲିୟନ୍ ଡଲାର ସହାୟତା ରାଶି ଉପରେ ରୋକ୍ ଲଗାଇ ଦେଇଛି । ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନ ଖାମଖିଆଲପଣକୁ ଦେଖି ଟ୍ରମ୍ପ ପ୍ରଶାସନ ଏଭଳି ଏକ ନିଷ୍ପତ୍ତି ନେଇଛି । ଆମେରିକା ସେନା ତରଫରୁ କୁହାଯାଇଛି, ଯେ ପାକ୍ ଯେଭଳି ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେଉନାହିଁ । ଏହାକୁ ଦେଖି ଆମେରିକା ତରଫରୁ ୩୦୦ ମିଲିୟନ୍ ଡଲାର ଅର୍ଥାତ୍ ୨୧୦୦ କୋଟି ଟଙ୍କାର ଆର୍ଥିକ ସ୍ତରରେ ସହାୟତା ପ୍ରକ୍ରିୟାକୁ ରୋକିବା ପାଇଁ ନିଷ୍ପତ୍ତି ଦିଆଯାଇଛି । ରକ୍ଷା ମନ୍ତ୍ରାଳୟର ପ୍ରବକ୍ତା ଲେଫ୍ଟିନାଣ୍ଟ କର୍ଣ୍ଣଲ କୋନୀ ଫାକନର କହିବାନୁସାର ଆମେରିକା ରକ୍ଷା ବିଭାଗ ଏହି ଟଙ୍କାକୁ ଏବେ ପ୍ରାଥମିକ କାର୍ଯ୍ୟରେ ବ୍ୟବହାର କରିବ । ତେବେ ଆମେରିକାର ଏଭଳି ନିଷ୍ପତ୍ତି ପରେ ପାକିସ୍ତାନର ଛବି ଅନ୍ତରରାଷ୍ଟ୍ରୀୟ ସ୍ତରରେ ଗୋଟିଏ ବଡ ଝଟକା ଲାଗିଛି ।

ଆମେରିକା କହିବାନୁସାର ପାକିସ୍ତାନ ଏଭଳି ଚରମପନ୍ଥିଙ୍କୁ ନିଜ ଛତ୍ରଛାୟା ତଳେ ଆଶ୍ରୟ ଦେଇଛି ଯେଉଁମାନେ ପଡୋଶୀ ଦେଶ ଆଫଗାନିସ୍ତାନରେ କିଛି ସମୟ ହେଲା ଯୁଦ୍ଧର ବିଭୀଷିକା ଖେଳାଇ ଚାଲିଛନ୍ତି । ଅନ୍ୟପକ୍ଷରେ ପାକିସ୍ତାନ ଏହି କଥାକୁ ଅସ୍ୱୀକାର କରୁଛି । ଏମିତିରେ ଆମେରିକାର ଏଭଳି କାର୍ଯ୍ୟକୁ ସଂପର୍କରେ ଫାଟ ପଡୁଥିବାର କୁହାଯାଏ ।

ଆମେରିକା ଉପରେ ଧୋକା ଦେବାର ଆରୋପ ଲଗାଇଥିଲା ଆମେରିକା :

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାପୂର୍ବରୁ ପାକିସ୍ତାନ ଉପରେ ହଜାର ହଜାର ଡଲାରର ସାହାର୍ଯ୍ୟ ରାଶିି ଦେଇଥିଲେ ଏହାପରେ ମଧ୍ୟ ପାକିସ୍ତାନ ଆମେରିକା ଉପରେ ଧୋକାବାଜିର ଆରୋପ ଲଗାଇଥିଲା । ଟ୍ରମ୍ପ ଏହାର ଉତ୍ତରରେ କହିଥିଲେ, “ଆମେରିକା ଗତ ୧୫ ବର୍ଷ ମଧ୍ୟରେ ପାକିସ୍ଥାନକୁ ୩୩ ଅରବ ଡଲାର ଦେଇଥିବା ବେଳେ ପ୍ରତିବଦଳରେ କେବଳ ଛଳନା ଏବଂ ମିଛ ବ୍ୟତିତ ଆଉ କିଛି ପାଇନାହିଁ । ପାକିସ୍ଥାନ ଭାବୁଛି ଯେ ଆମେରିକା ନେତା ମୁର୍ଖ,ଆମେ କିଛିବର୍ଷରୁ ଆଫଗାନିସ୍ଥାନରେ ହିଂସା ଖେଳାଉ ଥିବା ଯେଉଁ ଆତଙ୍କବାଦୀଙ୍କୁ ଖୋଜୁଛୁ ତାଙ୍କୁ ପାକିସ୍ତାନ ଆଶ୍ରୟ ଦେଇଛି । ବହୁତ ହୋଇଗଲା ଆଉ ନୁହଁ ।”