ଏଣିକି ନଷ୍ଟ ହେବନାହିଁ ଖାଦ୍ୟ ପଦାର୍ଥର ଗୋଟିଏ ବି ଦାନା ! ବୈଜ୍ଞାନିକ ମାନେ ବାହାର କଲେ ଏକ ନୂଆ ପ୍ୟାକିଂ ବ୍ୟବସ୍ଥା ।

116

ଦୁନିଆରେ ଏପରି ଅନେକ ଦେଶ ରହିଛି ଯେଉଁଠାରେ ଲୋକମାନେ ଟିକିଏ ଖାଦ୍ୟ ପାଇଁ ଏବେ ବି ଡହଳ ବିକଳ ହେଉଛନ୍ତି । କିନ୍ତୁ ଅପର ପକ୍ଷରେ ଦେଖିବାକୁ ଗଲେ ଧନି ଦେଶ ଗୁଡିକରେ ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଖାଦ୍ୟକୁ ପ୍ୟାକିଂ କରିବା ସମୟରେ ବହୁତ ପରିମାଣରେ ଖାଦ୍ୟ ନଷ୍ଟ ହୋଇଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଏକ ଭିନ୍ନ ଧରଣର ପ୍ୟାକିଂ ବ୍ୟବସ୍ଥା ତିଆରି କରିଛନ୍ତି । ଯହା ଫଳରେ ପ୍ୟାକିଂ ସମୟରେ ଟିକିଏବି ଖାଦ୍ୟ ବରବାଦ ହେବନାହିଁ । ଏହି ପ୍ୟାକିଂ ବ୍ୟବସ୍ଥାକୁ ତିଆରି କରିବାରେ ଏକ ଭାରତୀୟ ମଧ୍ୟ ସାମିଲ ରହିଛନ୍ତି । ଆମେରିକାର ବର୍ଜାନିୟା ଟେକର ବିଶେଷଜ୍ଞଙ୍କ କହିବା ଅନୁସାରେ ଖିରରେ ତିଆରି ହୋଇଥିବା ଖାଦ୍ୟ, ମାଂସ ଏବଂ ତରଳ ଜାତୀୟ ଖାଦ୍ୟ ପଦାର୍ଥକୁ ପ୍ୟାକିଂରୁ ବାହାର କରିବା ସମୟରେ ସବୁଠାରୁ ଅଧିକ ଖାଦ୍ୟ ବରବାଦ ହୋଇଥାଏ । ତେଣୁ ଏହାକୁ ରୋକିବା ପାଇଁ ଏକ ଭିନ୍ନ ଧରଣର ପ୍ୟାକିଂ ବ୍ୟବସ୍ଥା ତିଆରି କରାଯାଇଛି ।

ସାଇଣ୍ଟିଫିକ ରିପୋର୍ଟ ନାମକ ଜର୍ନାଲରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ପଲିଥିନ ଏବଂ ଅନ୍ୟ ପ୍ୟାକିଂ ମ୍ୟାଟେରିୟାଲ ସହିତ ଖାଦ୍ୟରେ ବ୍ୟବହାର ହେଉଥିବା ତେଲକୁ ପ୍ରୟୋଗ କରି ଏହି ପ୍ୟାକିଂ ତିଆରି କରାଯାଇଛି । ସବୁଠାରୁ ବଡ କଥା ହେଉଛି ଏହି ପ୍ୟାକିଂ ପଲିଥିନ ବଜାରରେ ମିଳୁଥିବା ଅନ୍ୟାନ୍ୟ ପଲଥିନ ଠାରୁ ସମ୍ପୁର୍ଣ୍ଣ ଅଲଗା ଅଟେ । ଏହା ଅନ୍ୟ ପଲିଥିନ ମ୍ୟାଟେରିୟାଲ ଭଳି ପରିବେଶକୁ ଦୂଷିତ କରିବ ନାହିଁ । ଏହାକୁ ନବିକରଣ କରିବା ମଧ୍ୟ ଖୁବ ସହଜ ହୋଇଥାଏ ।

ପ୍ରସ୍ତୁତ ହୋଇଥିବା ନୂତନ ପ୍ୟାକିଂ ବ୍ୟବସ୍ଥାର ଫାଇଦା

ବର୍ଜାନିୟା ଟେକର ଜଣେ ପ୍ରଫେସରଙ୍କ କହିବା ଅନୁସାରେ, ବିଶେଷଜ୍ଞ ମାନେ ଏପରି ଏକ ପ୍ରାକୃତିକ ତେଲ ଉଦ୍ଭାବନ କରିଛନ୍ତି ଯାହା ପଲିଥିନକୁ ଚିକ୍କଣ କରିବାରେ ସାହାଯ୍ୟ କରିବ । କପା ମଞ୍ଜିରେ ତିଆରି ହେଉଥିବା ତେଲକୁ ଏହି ପ୍ୟାକିଂ ପଲିଥିନରେ ପ୍ରୟୋଗ କରାଯାଉଛି । ଯାହା ଫଳରେ ପଲଥିନ ଚିକ୍କଣ ହୋଇଯାଉଛି । ଏବଂ ସେତିରେ ତରଳ ଜାତିୟ ଖାଦ୍ୟ ପଦାର୍ଥ ପ୍ୟାକିଂ କରିବା ପରେ ମଧ୍ୟ ସେଥିରେ ଲାଗି ରହିଯାଉ ନାହିଁ । ଖୁବ ସହଜଚରେ ଏଥିରୁ ଖାଦ୍ୟ ପଦାର୍ଥକୁ ଅନ୍ୟ ଏକ ପାତ୍ରକୁ ବାହାର କରିଦିଆଯାଇ ପାରୁଛି । ତେଣୁ ଆଶା କରାଯାଉଛି ଭବିଷ୍ୟତରେ ଏହି ପ୍ୟାକିଂ ବ୍ୟବସ୍ଥାକୁ ସାରା ବିଶ୍ୱରେ ଲାଗୁ କରାଯାଇ ନଷ୍ଟ ହେଉଥିବା ଖାଦ୍ୟକୁ ରୋକାଯାଇ ପାରିବ ।