ବୈଜ୍ଞାନିକଙ୍କ ହାତରେ ବଡ ସଫଳତା ! ନଷ୍ଟ ହେବ ନାହିଁ ଖାଦ୍ୟ,ଖାଦ୍ୟକୁ ଅଧିକ ସମୟ ସତେଜ ରଖିବା ପାଇଁ ବୈଜ୍ଞାନିକମାନେ ବାହାର କଲେ ନୂତନ ପ୍ରକ୍ରିୟା ।  

37

ଦୁନିଆରେ ଏଭଳି ବହୁତ ସ୍ଥାନ ଅଛି ଯେଉଁଠାର ଲୋକମାନେ ଦୁଇଓଳା ଦୁଇ ମୁଠା ଖାଇବାକୁ ପାଉନାହାନ୍ତି ଏବଂ ଅନ୍ୟ ପକ୍ଷେ ବୈଭବ ସଂପନ୍ନ ଦେଶମାନଙ୍କରେ ଲୋକମାନେ ଖାଦ୍ୟର ଅନାଦର କରିବାରେ ଲାଗିପଡିଛନ୍ତି । ଯାହା ଫଳରେ ଭୋକିଲା ପେଟକୁ ଦାନା ମିଳୁନି ଏବଂ ପୁରିଲା ପେଟ ଖାଦ୍ୟର ମୂଲ୍ୟ ନବୁଝିବା ଭଳି ପରିସ୍ଥିତି ଦେଖାଯାଉଛି । ତେବେ ଖାଦ୍ୟ ପ୍ୟାକିଙ୍ଗରୁ ବାହାରକୁ କାଢିଲାବେଳେ ହିଁ ଏଥିରୁ କିଛି ମାତ୍ରାରେ ଖାଦ୍ୟ ତଳେ ପଡି ନଷ୍ଟ ହୋଇଯାଏ ଏବଂ କିଛି ଖାଦ୍ୟ ଖୁବ୍ କମ୍ ସମୟରେ ହିଁ ପ୍ୟାକେଟ୍ ଭିତରେ ନଷ୍ଟ ହୋଇଯାଏ । ତେବେ ଖାଦ୍ୟର ଯେଭଳି ଅପଚୟ ନହେବ ସେଥିପାଇଁ ବୈଜ୍ଞାନିକମାନେ ନୂଆ ଉପାୟରେ ପ୍ୟାକିଙ୍ଗ୍ ଶୈଳୀକୁ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଏହି ଉପାୟରେ ଖାଦ୍ୟ ଅପଚୟ ହେବାର ସମସ୍ୟା ରହିବ ନାହିଁ । ତେବେ ଏହି ନୂତନ ଧରଣର ପ୍ୟାକିଙ୍ଗ୍ ଆରମ୍ଭ କରିବାରେ ଜଣେ ଭାରତୀୟ ମଧ୍ୟ ସାମିଲ ଅଛନ୍ତି ।

ଆମେରିକା ଭର୍ଜିର୍ନିୟାର ବୈଜ୍ଞାନିକଙ୍କ କହିବାନୁସାର କ୍ଷୀର ଉତ୍ପାଦ,ମାଂସ ଏବଂ ତୈଳଜାତୀୟ ଖାଦ୍ୟ ପଦାର୍ଥକୁ ପ୍ୟାକିଙ୍ଗରୁ ବାହାର କରିବାରେ ଅଧିକ ନଷ୍ଟ ହୋଇଥାଏ । ତେବେ ଏଭଳି ଖାଦ୍ୟକୁ ନଷ୍ଟ ହେବାରୁ ରୋକିବା ପାଇଁ ଏହି ନୂତନ ଧରଣର ପ୍ୟାକିଙ୍ଗର ବ୍ୟବସ୍ଥା କରାଯାଇଛି ।

କିଭଳି ପ୍ରସ୍ତୁତ ହୁଏ ନୂତନ ପ୍ୟାକିଙ୍ଗ୍ : 

ଏକ ସାଇଣ୍ଟିଫିକ୍ ରିପୋର୍ଟ ମୁତାବକ,ପଲିଥିନ୍ ଏବଂ ଅନ୍ୟ ପେକିଙ୍ଗ୍ ମ୍ୟାଟେରିଆଲ୍ ସହ ଖାଇବା ତେଲର ପ୍ରୟୋଗ କରି ପ୍ୟାକିଙ୍ଗ୍ କରାଯାଉଛି । ସାରା ଦୁନିଆରେ ପ୍ରସ୍ତୁତ ହେଉଥିବା ୫୫ ପ୍ରତିଶତ ପ୍ୟାକିଙ୍ଗ୍ ମାଟେରିଆଲ୍ ଏହି ପଦାର୍ଥରୁ ପ୍ରସ୍ତୁତ ହୋଇଥାଏ । ଏହାକୁ ବହୁ ସହଜରେ ରିସାଇକେଲ୍ ମଧ୍ୟ କରାଯାଇପାରେ । ହାୱାର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ୨୦୧୧ ମସିହାରେ ପ୍ରଥମେ ଏହି ପଦାର୍ଥର ପ୍ରସ୍ତୁତି କାମ ଆରମ୍ଭ କରିଥିଲେ ।