ସର୍ଭେରୁ ହେଲା ଖୁଲାସା ! ସବୁ ଜାଣି ମଧ୍ୟ ବର୍ଷ ବର୍ଷ ଧରି କର୍କଟ ସୃଷ୍ଟି କରୁଥିବା ପାଉଡର ବିକ୍ରି କରୁଛି ଜନସନ୍ ଆଣ୍ଡ ଜନସନ୍ କମ୍ପାନୀ ।

2,271

କିଛି ସମୟରୁ ପ୍ରସିଦ୍ଧ ଆମେରିକା ଫାର୍ମ କମ୍ପାନୀ ଜନସନ୍ ଆଣ୍ଡ ଜନସନ୍ ଏହାର ବେବି ପାଉଡରକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଅଛି । ଚଳିତ ବର୍ଷ ଅଗଷ୍ଟ ମାସରେ ମିସୋରୀର ଏକ କୋର୍ଟରେ ବେବି ପାଉଡରରେ କର୍କଟ ହେଉଥିବା କଥାକୁ ପ୍ରମାଣ କରିଥିଲେ । ଯେଉଁଥି କାରଣରୁ କମ୍ପାନୀକୁ ୩୨ ହଜାର କୋଟି ଟଙ୍କାର ଜରିମାନା ମଧ୍ୟ ଲାଗିଥିଲା । କମ୍ପାନୀ ପାଉଡରରେ କୌଣସି ହାନିକାରକ ନଥିବା କଥା କହିଥିଲେ ମଧ୍ୟ ସର୍ଭେ ମୁତାବକ କମ୍ପାନୀକୁ ଖୁବ୍ ଆଗରୁ ହିଁ ପାଉଡରରେ ଏସବେଷ୍ଟସ୍ ଥିବା କଥା ଜଣାପଡିଥିଲା । ଏସବେଷ୍ଟସ୍ କ୍ୟାନ୍ସର ସୃଷ୍ଟି କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ ।

ଏକ ରିପୋର୍ଟରେ ଖୁଲାସା ହୋଇଥିଲା କି ,କମ୍ପାନୀର ଇଣ୍ଟରନାଲ୍ ଡକ୍ୟୁମେଣ୍ଟାରିରୁ ଜଣାପଡିଥିଲା , କମ୍ପାନୀ ଏଜ୍ଞ୍ଜକ୍ୟୁଟିଭ,ବୈଜ୍ଞାନିକ,ଡାକ୍ତର,ମାଇନ୍ ମ୍ୟାନେଜର ଏବଂ ଓକିଲଙ୍କୁ ମଧ୍ୟ ଏନେଇ ଜ୍ଞାତ ଥିଲା । ତା’ପରେ ମଧ୍ୟ କମ୍ପାନୀ ଏହି ପ୍ରଡକ୍ଟକୁ ବିକ୍ରି କରି ଆସୁଥିଲା । ରିପୋର୍ଟ ମୁତାବକ,୧୯୭୧ ରୁ ୨୦୦୦ ପର୍ଯ୍ୟନ୍ତ ଜନସନ୍ ଆଣ୍ଡ ଜନସନ୍ ର ବେବି ପାଉଡର୍ ଏବଂ ର ପାଉଡରର ଟେଷ୍ଟିଙ୍ଗ୍ ସମୟରେ କେତେଥର ଏସବେଷ୍ଟସ୍ ଥିବା କଥା ସାମ୍ନାକୁ ଆସିଛି । ତେବେ ଏତେସବୁ ଘଟଣା ଏବଂ ସର୍ଭେ ହେଲା ପରେ ମଧ୍ୟ କମ୍ପାନୀ ନିଜ ଦୋଷକୁ ସ୍ୱୀକାର କରିବାକୁ ଅରାଜି ହେଉଛି ଏବଂ କମ୍ପାନୀର କ୍ଷତି କରିବା ପାଇଁ ଏହା ଏକ ଷଡଯନ୍ତ୍ର କହୁଛି ।