ବଢିଲା ଯୁଦ୍ଧ ସମ୍ଭାବନା ! ଶକ୍ତି ପ୍ରଦର୍ଶନ କରି ଉତ୍ତର କୋରିଆ ଉପରେ ଯୁଦ୍ଧ ବିମାନ ଉଡାଇଲା ଆମେରିକା

46

କନକ ବ୍ୟୁରୋ : ଆମେରିକା ସେନା ପୁଣି ନିଜର ଶକ୍ତି ପ୍ରଦର୍ଶନ କରି ନର୍ଥ କୋରିଆ ଉପରେ ବୋମାବର୍ଷୀ ଯୁଦ୍ଧ ବିମାନ ଉଡାଇଛି । ଉତ୍ତର କୋରିଆ ଓ ଦକ୍ଷିଣ କୋରିଆରେ ସୀମାରେ ଦେଖିବାକୁ ମିଳିଛି ଆମେରିକାର ବି-ୱାନ ବମବର୍ଗ ଯୁଦ୍ଧ ବିମାନ ଓ ଏଫ-ଫିପଟିନ୍ ସି ଇଗଲ ଯୁଦ୍ଧ ବିମାନ । ସୀମାରେ ବୋମା ବର୍ଷୀ ଯୁଦ୍ଧ ବିମାନ ଉଡିବା ପରେ ବଢିଯାଇଛି ଯୁଦ୍ଧ ସମ୍ଭାବନା । କୁହାଯାଉଛି କଥା ବୟାନବାଜି ହମଲାରୁ ଡେଇଁ ଏବେ ମୈଦାନ ମୁହାଁ ହେଉଛି । ସେପଟେ ଆମେରିକା ଯୁଦ୍ଧ ବିମାନ ଉଡିବା ପରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିଛି ନର୍ଥକୋରିଆ । ଉତ୍ତର କୋରିଆର ପରମାଣୁ ଅସ୍ତ୍ର ପରୀକ୍ଷଣ ସମଗ୍ର ଏସିଆ ଓ ବିଶ୍ୱ ପାଇଁ ବଡ ବିପଦ ।

ତେଣୁ ଆମେରିକା ଓ ସହଯୋଗୀର ରାଷ୍ଟ୍ର ସୁରକ୍ଷା ପାଇଁ ଏପଦକ୍ଷେପ ନିଆଯାଇଥିବା ପେନଟାଗନ ତରଫରୁ କୁହାଯାଇଛି । ସେପଟେ ଗତକାଲି ଜାତିଂସଘରେ ଉତ୍ତରକୋରିଆର ବିଦେଶ ମନ୍ତ୍ରୀ ରି ୟଙ୍ଗ ହୋ କହିଥିଲେ, ଆମେରିକା ରାଷ୍ଟ୍ରପତି ଟ୍ରଂପ, କିମ ଜୋଙ୍ଗ ଉନଙ୍କୁ ମିଶାଇଲ ମ୍ୟାନ କହିବା ପରେ ଆମେରିକା ଉପରେ ମିଶାଇଲ ନିକ୍ଷେପ ଅନିବାର୍ଯ୍ୟ ହୋଇପଡିଛି । ସେହିପରି ଆମେରିକା ଓ ଟ୍ରଂପ ଏବେ ସୁସାଇଡ ମିଶନରେ ଲାଗିପଡିଥିବା ରି ୟଙ୍ଗ ହୋମ କହିଛନ୍ତି । ଏହାର କିଛି ସମୟ ପରେ ଟ୍ରଂପ ଧମକ ଭରା ଟ୍ୱିଟ୍ କରି ଲେଖିଥିଲେ, ଏପରି ମନୋଭାବ ରଖିଲେ ନର୍ଥ କୋରିଆର ଆୟୁଷ ଆଉ ବେଶି ଦିନ ନୁହେଁ ।