ଇତିହାସ ରଚିବେ ଆମେରିକାର ପ୍ରଥମ ହିନ୍ଦୁ ସାଂସଦ ତୁଳସୀ ଗାବେର୍ଡ଼ ! ଲଢ଼ିବେ US ରାଷ୍ଟ୍ରପତି ନିର୍ବାଚନ

268

୨୦୨୦ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ଆମେରିକାର ପ୍ରଥମ ହିନ୍ଦୁ ସାଂସଦ ତୁଳସୀ ଗାବେର୍ଡ଼ । ଇତିହାସ ରଚିବା ଅପେକ୍ଷାରେ ଅଛନ୍ତି ତୁଳସୀ । ଆଉ ଏକଥା ନିଜେ ସ୍ପଷ୍ଟ କରିଛନ୍ତି ତୁଳସୀ ଗାବାର୍ଡ଼ । ଆଗାମୀ ସପ୍ତାହରେ ଏନେଇ ବିଧିବଦ୍ଧ ଘୋଷଣା ହୋଇପାରେ । ଆମେରିକାରେ ପ୍ରଥମ ହିନ୍ଦୁ ସାଂସଦ ଭାବେ ସେ ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ଆସନ୍ତା ୨୦୨୦ରେ ମୁଁ ଆମେରିକାରେ ରାଷ୍ଟ୍ରପତି ଆଶାୟୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବି ପାଇଁ ନିଷ୍ପତ୍ତି ନେଇସାରିଛି ବୋଲି କହିଛନ୍ତି ତୁଳସୀ ଗାବେର୍ଡ଼ । ଆମେରିକା ସିନେଟରେ ହୱାଇର ପ୍ରତିନିଧିତ୍ୱ କରୁଥିବା ଡେମୋକ୍ରାଟିକ ଦଳର ସାଂସଦ ତୁଳସୀ ଗାବାର୍ଡ ଆସନ୍ତା ଆମେରିକା ରାଷ୍ଟପତି ନିର୍ବାଚନରେ ଦମ୍ ଦେଖାଇଲେ ।

ତେବେ ପୂର୍ବରୁ ୨୦୨୦ରେ ତୁଳସୀ ଗାବେର୍ଡ଼ ନିର୍ବାଚନ ଲଢିବେ ବୋଲି ଅନୁମାନ କରାଯାଉଥିଲା । ଗତ ମାସରେ ଏନେଇ ସେ ସଙ୍କେତ ମଧ୍ୟ ଦେଇଥିଲେ । ତେବେ ଗାବେର୍ଡ଼ଙ୍କ ଏହି ଘୋଷଣା ପରେ ଆମେରିକା ଇତିହାସରେ ଏହା ପ୍ରଥମ ଥର ହେବ, ଯେବେ କୌଣସି ହିନ୍ଦୁଙ୍କୁ କୌଣସି ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଛିଡାକରିବ ।

ରାଷ୍ଟ୍ରପତି ଭାବେ ତୁଳସୀ ଗାବେର୍ଡ଼ ନିର୍ବାଚନ ଜିତିଲେ, ସେ ଆମେରିକାର ପ୍ରଥମ ମହିଳା ତଥା ଯୁବ ରାଷ୍ଟ୍ରପତି ହେବ । ତେବେ ଆମେରିକା ପାଇଁ କେଉଁ କେଉଁ ଲକ୍ଷ୍ୟ ନେଇ ନିର୍ବାଚନ ଲଢ଼ୁଛନ୍ତି, ସେକଥା ମଧ୍ୟ ସ୍ପଷ୍ଟ କରିସାରିଛନ୍ତି । ଯୁଦ୍ଧ ଓ ଶାନ୍ତି ପ୍ରତିଷ୍ଠାର ଦିଗରେ ବିଶେଷ ଦୃଷ୍ଟି ଦେବାକଥା ସେ କହିଛନ୍ତି ।

ତୁଳସୀ ଗାବେର୍ଡ଼  କିଏ ?  
ତୁଳସୀ ଗାବେର୍ଡ଼ ୨୦୧୩ରେ ଆମେରିକାର ହୱାଇ ରାଜ୍ୟରୁ ଡେମୋକାର୍ଟିକ ପାର୍ଟିର ସାସଂଦ ଅଟନ୍ତି । ୩୭ ବର୍ଷୀୟ ତୁଳସୀ ହୱାଇ ରାଜ୍ୟରୁ ୪ ଥର ଡିମୋକ୍ରାଟିକ ପାର୍ଟିର ସାଂସଦ ଭାବେ ନିର୍ବାଚନ ଜିତିଛନ୍ତି । ପ୍ରତ୍ୟେକ ଥର ବହୁମତ ଭୋଟରେ ଜିତିଛନ୍ତି ମଧ୍ୟ । ସେ ଆମେରିକାର ସାଂସଦରେ ସ୍ଥାନ ତିଅ।।ରି କରିଥିବା ପ୍ରଥମ ହିନ୍ଦୁ ।

ରାଜନୀତିରେ ପାଦ ଥାପିବା ପୂର୍ବରୁ ତୁଳସୀ ଗାବେର୍ଡ଼ ୧୨ ମାସ ପାଇଁ ଆମେରିକା ସେନାରେ କାର୍ଯ୍ୟରତ ଥିଲେ । ସବୁଠାରୁ ବଡ କଥା ହେଉଛି ଗାବାର୍ଡ ହିନ୍ଦୁ ହେଲେ ସେ ଭାରତୀୟ ନୁହଁନ୍ତି । ତୁଳସୀ ଗାବେର୍ଡଙ୍କ ଜନ୍ମ ଆମେରିକା ସମାଓରେ ଏକ କାଥୋଲିକ ପରିବାରରେ ହୋଇଥିଲା ।

ତାଙ୍କ ମା ହିନ୍ଦୁ ଧର୍ମକୁ ଆପଣାଇଥିବା ଯୋଗୁଁ ପରବର୍ତ୍ତୀ ସମୟରେ ସେ ବି ହିନ୍ଦୁ ଧର୍ମକୁ ଆପଣାଇଥିଲେ । ତୁଳସୀ ହେଉଛନ୍ତି ଆମେରିକାର ପ୍ରଥମ ସାଂସଦ, ଯିଏ ଭାଗବତ ଗୀତାକୁ ହାତରେ ଧରି ଶପଥ କରିଥିଲେ । ଭାରତୀୟ ନ ହୋଇ ମଧ୍ୟ ଭାରତୀୟ ମୁଳଧର୍ମ ପ୍ରତି ତାଙ୍କର ଅହେତୁକ ଅନୁରକ୍ତି ରହିଛି ।