ପୁଲୱାମା ଆକ୍ରମଣକୁ ଆମେରିକାର କଡାନିନ୍ଦା ! ସହିଦ୍ ଙ୍କ ପରିବାରକୁ ସମ୍ବେଦନା ଜଣାଇବା ସହ ଏଭଳି ମୁହୂର୍ତ୍ତରେ ଭାରତ ସପକ୍ଷରେ ଥିବା କଥା କହିଲା ଆମେରିକା ।

1,190

ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ଶୁକ୍ରବାର ଆମେରିକା ନିନ୍ଦା କରିଛି ଏବଂ ସବୁ ଦେଶରୁ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ତଥା ସମର୍ଥନ ନଦେବା ପାଇଁ ଅପିଲ୍ କରିଛି । ଏହି ଆକ୍ରମଣ ପାକିସ୍ଥାନ ସ୍ଥିତ ଆତଙ୍କୀ ସଂଗଠନ ଜେସ୍ –ଏ-ମହମ୍ମଦ ତରଫରୁ ହୋଇଛି ଯେଉଁଥିରେ ୩୭ ରୁ ଅଧିକ ଯବାନ ସହିଦ୍ ହୋଇଯାଇଛନ୍ତି । ସଂଗଠନର ଆତ୍ମଘାତୀ ଆତତାୟୀ ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଏକ ବସରେ ବିସ୍ଫୋଟକପୂର୍ଣ୍ଣ ବାହନ ନେଇ ପିଟିଥିଲେ ଯାହାଦ୍ୱାରା ଯବାନଙ୍କ ଶରୀର ଛୋଟ ଛୋଟ ଟୁକୁଡା ହୋଇ ରାସ୍ତା ସାରା ବିଛେଇ ହୋଇପଡିଲା । ଆକ୍ରମଣକୁ ଆମେରିକାର ବୈଦେଶିକ ମନ୍ତ୍ରାଳୟ ନିନ୍ଦା କରିଥିବା ବେଳେ ଏକ ବୟାନ୍ ଜାରୀ କରିଛି । ଯେଉଁଥିରେ କୁହାଯାଇଛି ଯେ ଆତଙ୍କବାଦର ମୁକାବିଲା ପାଇଁ ଭାରତ ସରକାର ସାଙ୍ଗରେ ଆମେରିକା ସବୁବେଳେ ରହିଛି । ସହିଦ୍ ଯବାନଙ୍କ ପରିଜନଙ୍କ ପ୍ରତି ସମ୍ବେଦନା ବ୍ୟକ୍ତ କରି ଆମେରିକା ବିଦେଶ ମନ୍ତ୍ରାଳୟର ଉପ ପ୍ରବକ୍ତା ରବର୍ଟ ପେଲାଡିନୋ କହିଛନ୍ତି ଯେ ଜମ୍ମୁ-କାଶ୍ମୀରରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ଆମେରିକା ନିନ୍ଦା କରୁଛି ।

ସୁରକ୍ଷା ମାମଲାରେ କ୍ୟାବିନେଟ୍ କମିଟିର ବୈଠକରେ ଆଜି ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସହ ସିଆରପିଏଫ୍ ଡିିଜିଙ୍କ କଥାବାର୍ତ୍ତା ହେବ ଯେଉଁଥିରେ ସେ ଘଟଣାକ୍ରମ ଆଲୋଚନା କରିବେ । ବୈଠକ ଶେଷ ହେବା ପରେ ୧୨ ଟା ସମୟରେ ଗୃହମନ୍ତ୍ରୀ ଏବଂ ଡିଜି ଶ୍ରୀନଗର ଗସ୍ତ ପାଇଁ ବାହାରିବେ । ସେଠାରେ ସିଆରପିଏଫ୍ ର ସମସ୍ତ ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବା ସହ ଏକ ବିଶେଷ ବିମାନରେ ଗାଜିୟାବାଦ୍ ହିଣ୍ଡନ୍ ଏୟାରବସ୍ କୁ ନିଆଯିବ । ଏଠାରୁ ସହିଦଙ୍କ ଶବ ତାଙ୍କ ଅଚଂଳକୁ ଯିବ । ଉତ୍ତରପ୍ରଦେଶରୁ ୧୦ ରୁ ୧୨ ଜଣ ଯବାନ ଏବଂ ପଞ୍ଜାବରୁ ୪ ରୁ ୫ ଜଣ ଯବାନ ଥିବାବେଳେ ଅନ୍ୟ ରାଜ୍ୟରୁ ଜଣେ ଦୁଇଜଣ ଯବାନ ରହିଛନ୍ତି ।