ଆମେରିକାର ବଡ ବୟାନ ! ଏସିଆର ଛୋଟ ଦେଶ ଉପରେ ଚୀନ ଦାଦାଗିରି ଦେଖାଇଲେ ଆମେରିକା ଚୁପ ବସିବନି

39

ଏସିଆର ଦେଶମାନଙ୍କୁ ଚୀନ ଦେଖାଉଥିବା ଦାଦାଗିରିକୁ ଆମେରିକା ବରଦାସ୍ତ କରିବ ନାହିଁ ବୋଲି ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ କରିଦେଇଛି । ଚୀନ ଅନ୍ତର୍ଜାତୀୟ ଆଇନ କାନୁନକୁ ସମ୍ମାନ ଜଣାଇବା ସହ ଅନ୍ୟ ଦେଶମାନଙ୍କୁ ନିଜର ସମକକ୍ଷଭାବେ ଦେଖିବା ଉଚିତ ବୋଲି ଆମେରିକା କହିଛି । ଟ୍ରମ୍ପ ପ୍ରଶାସନରେ ଉପ ସଚିବ ( ପୂର୍ବ ଏସିଆ ଓ ପାସିଫିକ ଅଞ୍ଚଳ) ସୁସାନ ଥରଟନ କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ଚୀନ ସହିତ ଏକ ଗଠନମୂଳକ ସଂପର୍କ ଚାହେଁ । ଉଭୟ ଦେଶ କଥାବାର୍ତ୍ତା ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ ଚାହାନ୍ତି ।

କିନ୍ତୁ ଏସିଆର ଆମେରିକାର ପ୍ରଭାବକୁ ହ୍ରାସ କରିବାକୁ ଚୀନ ଉଦ୍ୟମ କଲେ, ଛୋଟ ଛୋଟ ଦେଶମାନଙ୍କ ଉପରେ ଦାଦାଗିରି ଦେଖାଇଲେ ଆମେରିକା ଚୁପ ହୋଇ ବସିବ ନାହିଁ । ଅନ୍ତର୍ଜାତୀୟ ନିୟମ କାନୁନ ଦ୍ୱାରା ହିଁ ଚୀନ ଉପରକୁ ଉଠିଛି, ଏଣୁ ସେହି ନିୟମ କାନୁନକୁ ଚୀନ ସମ୍ମାନ ଦେଖାଇବା ଆବଶ୍ୟକ । ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନିରାପତ୍ତା ସ୍ଥିତି ବେଶ ଚିନ୍ତା ଜନକ ହୋଇରହିଛି । ଉତ୍ତର କୋରିଆ ପରି ଦେଶଙ୍କ ଅବସ୍ଥିତି, ଚୀନର ଦାଦାଗିରି ଆଦି ଏହାର କାରଣ ବୋଲି ସେ କହିଛନ୍ତି ।