ବିନା ଫିସନେଟରେ ଚାଲିଛି ଆମ୍ବୁଲାନ୍ସ : ଅଧା ରାସ୍ତାରେ ଅଟକିବାରୁ ଯନ୍ତ୍ରଣାରେ ଛଟପଟ ଶିଶୁ

35

କନକ ବ୍ୟୁରୋ : ରାଜ୍ୟରେ ଆମ୍ବୁଲାନ୍ସ ସେବାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି । ଅଧାବାଟରେ ଆମ୍ବୁଲାନ୍ସ ଅଚଳ ହେବା ଯୋଗୁଁ ଘଂଟାଏ ପର୍ଯ୍ୟନ୍ତ ରୋଗୀ ଅଧାବାଟରେ ଛଟପଟ ହେଉଥିଲା । ସୂଚନା ଅନୁସାରେ ଅସ୍ତରଙ୍ଗ ଅଂଚଳରେ ଜଣେ ୮ମାସର ଶିଶୁକୁ ମେଡ଼ିକାଲ ନେବା ବାଟରେ ଆମ୍ବୁଲାନ୍ସ ଖରାପ ହୋଇପଡ଼ିଥିଲା । ଫଳରେ ରୋଗୀଣା ପିଲାକୁ ଧରି ଚିନ୍ତାରେ ପଡ଼ିଥିଲେ ପରିବାର ଲୋକେ ।

ସୂଚନାଯୋଗ୍ୟ ଆଜି ଆମ୍ବୁଲାନ୍ସ ଯୋଗେ ୮ମାସର ଶିଶୁକୁ ତା’ର ବାପାମା’ ପୁରୀ ମେଡ଼ିକାଲା ନେଉଥିଲେ । ହେଲେ ଅଧାବାଟରେ ଖରାପ ହୋଇଗଲା ଆମ୍ବୁଲାନ୍ସ । ୧୫ କିମି ବାଟ ଯିବା ପରେ ଅଚଳ ହୋଇପଡ଼ିଥିଲା ଆମ୍ବୁଲାନ୍ସ । ପ୍ରାୟ ୧ ଘଂଟା ଧରି ସେଠାରେ ରହିଗଲା ଆମ୍ବୁଲାନ୍ସ । ସେପଟେ ଶିଶୁଟି ଯନ୍ତ୍ରଣା ସହି ନପାରି ପ୍ରବଳ କାନ୍ଦୁଥିଲା । ଆଉ ଶିଶୁର କାନ୍ଦ ଶୁଣି ଅସ୍ଥିର ହୋଇ ପଡ଼ୁଥିଲେ ତା’ର ବାପାମା’ । ସୂଚନା ଅନୁସାରେ ଆମ୍ବୁଲାନ୍ସର ଫିଟନେଟ୍ ୨୦୧୫ରୁ ଶେଷ ହୋଇଯାଇଛି । ତେବେ ଏନେଇ ପୂର୍ବରୁ ଅନେକ ଥର ଅଭିଯୋଗ ହୋଇସାରିଛି ।