ପଶୁଙ୍କ ପାଇଁ ଆମ୍ବୁଲାନ୍ସ ସେବା ! ଗୋଟିଏ ଫୋନ୍ କଲରେ ଘରେ ପହଂଚିବ ଆମ୍ବୁଲାନ୍ସ

49

କନକ ବ୍ୟୁରୋ: ମଣିଷଙ୍କ ପରେ ପଶୁଙ୍କ ପାଇଁ ଆରମ୍ଭ ହେଲା ଆମ୍ବୁଲାନ୍ସ ସେବା । ଏଣିକି ପଶୁ ବି ପାଇବେ ମଣିଷଙ୍କ ଭଳି ଆମ୍ବୁଲାନ୍ସ ସେବା । ଗୋଟିଏ ଫୋନ୍ କଲରେ ଘରେ ପହଁଚିବ ଆମ୍ବୁଲାନ୍ସ । ଗୁରୁତର ପ୍ରାଣୀଙ୍କୁ ଆମ୍ବୁଲାନ୍ସରେ ଚିିକିତ୍ସା କରାଯିବ । ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ଦ୍ୱାରା ଆଜି ପ୍ରାଣୀ ଆମ୍ବୁଲାନ୍ସ ସେବାର ଲୋକାର୍ପଣ ହୋଇଛି । ବର୍ତ୍ତମାନ ବ୍ରହ୍ମପୁର ଓ କଟକର ସହରାଂଚଳରେ ଏହି ସେବା ମିଳିବ ।

କିଛି ଦିନ ପରେ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକରେ ଏହି ସେବା ସଂପ୍ରସାରିତ ହେବ । ଏହି ଆମ୍ବୁଲାନ୍ସରେ ମୈାଳିକ ସୁବିଧା ନିମନ୍ତେ ସଂରଜାମ ରହିଅଛି । ଗୁରୁତର ଅବସ୍ଥାରେ ଥିବା ବିଭିନ୍ନ ପଶୁମାନଙ୍କୁ ଚିକିତ୍ସା କରାଯିବ । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୯୬ କୋଟି ଆର୍ଥିକ ବ୍ୟବସ୍ଥା ଥିବା ରାଜ୍ୟ ଯୋଜନା ମତ୍ସ୍ୟ ପୋଖରୀ ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ଦାମୋଦର ରାଉତ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ ।