ଆସିଲାନି ଆମ୍ବୁଲାନ୍ସ ! ରାୟଗଡାରେ ଏକ ଆମ୍ବ ଗଛ ମୂଳେ ଶିଶୁ ପୁତ୍ରକୁ ଜନ୍ମ ଦେଲେ ପ୍ରସୂତି

61

କନକ ବୁାରୋ : ପୁଣି ଲଜ୍ଜା । ଆମ୍ବଗଛ ମୂଳେ ଶିଶୁ ପୁତ୍ରକୁ ଜନ୍ମ ଦେଲେ ପ୍ରସୂତି । କହିବାକୁ ଲାଜ ଲାଗୁଥିଲେ ବି ଏହା ଏକ ସତ ଘଟଣା । ଗଛମୂଳରେ ଶିଶୁକୁ ଜନ୍ମ ଦେଇଛନ୍ତି ହତଭାଗି ମା ଲକ୍ଷ୍ମୀ କୁଲୁସିକା । ଏହି ଲଜ୍ଜ୍ୟାଜନକ ଘଟଣା ଘଟିଛି ରାୟଗଡା ଜିଲ୍ଲାର ଶିକରପାଇ ପଂଚାୟତର ଉପର ସାଜା ଗାଁରେ ।

ଗତ ରାତିରୁ ଲକ୍ଷ୍ମୀଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏହି ସମୟରେ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକ । ହେଲେ ଗାଁକୁ ରାସ୍ତା ନଥିବାରୁ ଦୀର୍ଘ ୪କିଲୋମିଟର ବାଟ ଚାଲି ଚାଲି ଆସି ନଦୀ ପାର ହୋଇ ଆମ୍ବୁଲାନ୍ସକୁ ଅପେକ୍ଷା କରିଥିଲେ । ଗୋଟିଏ ପଟରେ ସମୟ ଗଡି ଚାଲିଥିଲା । ଆଉ ଅନ୍ୟପଟେ ଗର୍ଭ ଯନ୍ତ୍ରଣା ଅସହ୍ୟ ହେଉଥିଲା । ହେଲେ ପହଁଚି ନଥିଲା ଆମ୍ବୁଲାନ୍ସ । ଆଉ ଆମ୍ବ ଗଛ ମୂଳରେ ଜନ୍ମ ହୋଇଥିଲା ଶିଶୁପୁତ୍ର ।

ଏହା ସହ ଦେଖନ୍ତୁ ଏହି ଭିଡିଓ-