ସୋରରେ ଅଭାବନୀୟ ଘଟଣା ! ଅଧାବାଟରେ ମୃତଦେହ ଛାଡି ଫେରାର ଆମ୍ବୁଲାନ୍ସ

34

କନକ ବ୍ୟୁରୋ : ମରିଗଲା ମାନବିକତା । ଗରିବ ହୋଇଥିବାରୁ ଘରେ ପହଁଚି ପାରିଲା ନାହିଁ ମୃତଦେହ । ଟଙ୍କା ଦେଇନପାରିବାରୁ ମୃତଦେହକୁ ଅଧରାସ୍ତାରେ ଫିଙ୍ଗି ପଳାଇଛି ଆମ୍ବୁଲାନସ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସୋରରେ ।

ସୋରରୁ ବାଲେଶ୍ୱର ଚିକିତ୍ସା ପାଇଁ ଆସିଥିଲେ ରେହମାନ ଖାନ୍ । ବାଲେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ରେହମାନଙ୍କ ମୃତ୍ୟୁ ହୋଇଥିଲା । ପରେ ମୃତଦେହ ବାଲେଶ୍ୱରରୁ ମେଡିକାଲରୁ ଆମ୍ବୁଲାନ୍ସ ଯୋଗେ ସୋର ଆସିବା ବେଳେ ଜାତୀୟ ରାଜପଥ ପାଇକାଳି ଛକ ନିକଟରେ ମୃତଦେହକୁ ଫିଙ୍ଗି ପଳାଇଛି ଆମ୍ବୁଲାନସ । ତେବେ ରେହମାନଙ୍କ ଘର ଆହ୍ଲାବାଦରେ ହୋଇଥିବା ବେଳେ ସେ ସୋରରେ ରହୁଥିଲେ ।

ଦେଖନ୍ତୁ ଏହି ଭିଡିଓ –