କଣ୍ଟାବାଞ୍ଜିରେ ଆମ୍ବୁଲାନ୍ସ ସେବା ପାଇଁ ଡ୍ରାଇଭର ଟଙ୍କା ମାଗିବା ଅଭିଯୋଗ

16

ବଲାଙ୍ଗିର : ରୋଗୀଙ୍କ ସୁବିଧା ପାଇଁ ସରକାର ବିନା ମୂଲ୍ୟରେ ଯୋଗାଉଛନ୍ତି ୧୦୮ ଆମ୍ବୁଲାନ୍ସ ସେବା । ହେଲେ ଆମ୍ବୁଲାନ୍ସ ଡ୍ରାଇଭର ରୋଗୀଙ୍କୁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ବଲାଙ୍ଗିର କଣ୍ଟାବାଞ୍ଜି ଡାକ୍ତରଖାନା ଆମ୍ବୁଲାନ୍ସ ଡ୍ରାଇଭର ରୋଗୀଙ୍କ ଠାରୁ ୧୦୦୦ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି । ତୁରେକେଲା ବ୍ଲକ ଖୁଟୁଲୁମୁଣ୍ଡା ଗାଁର ଭାଗିରଥି ପୁଟାଙ୍କ ଗୋଡ ଭାଙ୍ଗି ଯିବାରୁ ସେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତି ହୋଇଥିଲେ । ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ତେବେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଅନ୍ୟ ଡାକ୍ତରଖାନା ଯିବା ପାଇଁ ମନା କରିବା ସହ ହଜାରେ ଟଙ୍କା ଲାଞ୍ଚ ମାଗିଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ସମ୍ପୃକ୍ତ ଡାକ୍ତର । ସେପଟେ ଏହାର ତଦନ୍ତ କରାଯିବା ପରେ ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି କହିଛନ୍ତି କଣ୍ଟାବାଞ୍ଜି ଚିକିତ୍ସା ଅଧିକାରି ।