ଆଇଏଏସ୍ ଅଫିସରଙ୍କ ଚର୍ଚ୍ଚିତ ନିଷ୍ପତି ! ଇଂରାଜୀ ମିଡିୟମ୍ ନୁହେଁ ସରକାରୀ ସ୍କୁଲରେ ଝିଅକୁ ପଢାଇଲେ ପାଠ

55

ଆଜିର ତାରିଖରେ ପ୍ରାୟ ସମସ୍ତେ ନିଜ ପିଲା ମାନଙ୍କୁ ଇଂରାଜୀ ମିଡିୟମ୍ ସ୍କୁଲରେ ପାଠ ପଢାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । କାରଣ ସାଧାରଣରେ ବିଶ୍ୱାସ ରହିଛି ଯେ ଇଂରାଜୀ ମିଡିୟମ୍ ସ୍କୁଲରେ ପଢୁଥିବା ପିଲାମାନେ ବର୍ତ୍ତମାନର କମ୍ପିଟେଟିଭ୍ ଯୁଗରେ ଅନ୍ୟକୁ କାଟି ଆଗକୁ ଯାଇପାରିବେ । ଆଉ ଯଦି ଅଭିଭାବକ ଜଣେ ଆଇଏଏସ୍ ଅଫିସର୍ ହୁଅନ୍ତି ତେବେ ତାଙ୍କ ପିଲା ଯେ ଇଂରାଜୀ ମିଡିୟମରେ ପଢିବ ଏଥିରେ କୌଣସି ଦ୍ୱିମତ ନାହିଁ । କିନ୍ତୁ ଏହାକୁ ଭୁଲ୍ ପ୍ରମାଣିତ କରିଛନ୍ତି ଛତିଶଗଡର ଜଣେ ଆଇଏଏସ୍ ଅଫିସର୍ । ବଳରାମପୁର-ରାମାନୁଜଗଞ୍ଜର କଲେକ୍ଟର୍ ଅବନିଶ୍ କୁମାର ଝିଅକୁ ସରକାରୀ ସ୍କୁଲରେ ଆଡମିସନ୍ କରି ଚର୍ଚ୍ଚାକୁ ଆସିଛନ୍ତି ।

ପ୍ରାରମ୍ଭିକ ଶିକ୍ଷା ପାଇଁ ଅନ୍ୟ ସାଧାରଣ ପରିବାର ପରି ଅବନିଶ୍ ଝିଅକୁ ୯ମାସ ଯାଏଁ ଅଙ୍ଗନବାଡିରେ ଛାଡିଥିଲେ । ଏବେ ଅଙ୍ଗନବାଡିରେ ଶିକ୍ଷା ସରିବା ପରେ ଜିଲ୍ଲାର ଏକ ସରକାରୀ ସ୍କୁଲରେ ଝିଅର ଆଡମିଶନ୍ କରିବା ପାଇଁ ନିଷ୍ପତି ନେଇଛନ୍ତି । ଯେତେବେଳେ ଅନ୍ୟ ଅଫିସରମାନେ ବଡ ବଡ ଇଂରାଜୀ ମିଡିୟମ୍ ସ୍କୁଲରେ ନିଜ ପିଲାମାନଙ୍କୁ ପଢାଉଛନ୍ତି ସେ ଚାହିଁଥିଲେ ମଧ୍ୟ ଝିଅକୁ ସେପରି ସ୍କୁଲରେ ଅଧିକ ଟଙ୍କା ଦେଇ ଆଡମିଶନ୍ କରିପାରିଥାନ୍ତେ । କିନ୍ତୁ ଅବନିଶ୍ ସେପରି ନକରି ଅନ୍ୟ ଅଫିସର୍ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।