ମାର୍ଚ୍ଚରେ ଆକାଶ ଅମ୍ବାନୀଙ୍କ ବିବାହ ! ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ ସିଦ୍ଧିବିନାୟକ ଯାଇ ଗଣପତି ବାପ୍ପାଙ୍କୁ ଦେଲେ ପ୍ରଥମ ନିମନ୍ତ୍ରଣ

292

କନକ ବ୍ୟୁରୋ : ମୁମ୍ବାଇ ସିଦ୍ଧି ବିନାୟକ ମନ୍ଦିରରେ ରିଲାଏନ୍ସ ଚେୟାରମ୍ୟାନ ମୁକେଶ ଅମ୍ବାନି । ପତ୍ନୀ ନିତା ଅମ୍ବାନୀ ଓ ସାନ ପୁଅ ଅନ୍ତନଙ୍କ ସହ ମନ୍ଦିର ଯାଇ ଠାକୁରଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ମୁକେଶ । ବଡ ପୁଅ ଆକାଶ ଅମ୍ବାନୀଙ୍କ ବିବାହ ପାଇଁ ଅମ୍ବାନୀ ପରିବାର ପୁଅର ବିବାହ କାର୍ଡକୁ ନେଇ ଭଗବାନଙ୍କ ଦ୍ୱାର ହୋଇଛନ୍ତି ।

ତେବେ ଆସନ୍ତା ମାର୍ଚ୍ଚରେ ଆକାଶ ଶ୍ଲୋକା ମେହେଟ୍ଟାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଶ୍ଲୋକା ହେଉଛନ୍ତି ବିଶିଷ୍ଠ ହୀରା ବ୍ୟବସାୟୀ ରୂସେଲ ମେହେଟ୍ଟାଙ୍କ ଝିଅ । ତେବେ ଉଭୟଙ୍କ ନିବିନ୍ଧ ଗତବର୍ଷ ସଂପର୍ଣ୍ଣ ହୋଇଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚରେ ବିବାହ କରିବାକୁ ଯାଉଛନ୍ତି ଏହି ଯୋଡି ।

ଗତ ବର୍ଷ ୨୮ ଜୁନ ୨୦୧୮ରେ ଆକାଶ ଅମ୍ବାନୀ ଓ ଶ୍ଳୋକା ମେହେତାଙ୍କ ନିର୍ବନ୍ଧ ହୋଇଥିଲା । ଏବେ ଅମ୍ବାନୀ ପରିବାର ଆକାଶଙ୍କ ବିବାହ ପାଇଁ ଜୋରସୋରରେ ପ୍ରସ୍ତୁତି କରୁଛନ୍ତି । ଅମ୍ବାନୀ ପରିବାରର ପରମ୍ପରା ଅନୁସାରେ କୌଣସି ଶୁଭକାମ ଆରମ୍ଭ କରିବା ପୂର୍ବରୁ ସିଦ୍ଧିବନାୟକ ମନ୍ଦିର ଯିବାର ପରମ୍ପରା ରହିଛି ।