ଶ୍ରୀକ୍ଷେତ୍ର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କଲେ ଅମ୍ବାନୀ : ଝିଅ ବାହାଘର ପାଇଁ ଜଗନ୍ନାଥଙ୍କୁ କଲେ ନିମନ୍ତ୍ରଣ

175

କନକ ବ୍ୟୁରୋ : ମେକ ଇନ ଓଡିଶା କନକ୍ଲେଭରେ ଯୋଗ ଦେବା ପରେ ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ସିଂହଦ୍ୱାର, ବାଇଶି ପାହାଚ ଓ ସାତ ପାହାଚ ଦେଇ ଭିତର କାଠ ନିକଟରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଜିଲ୍ଲାପ୍ରଶାସନ ପକ୍ଷରୁ ଖଣ୍ଡୁଆ ପାଟ ଦେଇ ମୁକେଶ ଅମ୍ବାନୀଙ୍କୁ ସ୍ୱାଗତ କରାଯାଇଥିଲା । ମୁକେଶ, ମହାପ୍ରଭୁଙ୍କୁ ନିଜ ଝିଅ ଈଶା ଅମ୍ବାନୀଙ୍କ ବାହାଘର ନିମନ୍ତ୍ରଣ ଦେଇଛନ୍ତି । ଏହା ପରେ ଲକ୍ଷ୍ମୀଙ୍କ ମନ୍ଦିରରେ କିଛି ସମୟ ରହିଥିଲେ । ସେଠାରେ ପର୍ଯ୍ୟଟକ ଖାତାରେ ଦସ୍ତଖତ କରି କୌଳିକ ପଣ୍ଡାଙ୍କୁ ପ୍ରଣାମ କରିଥିଲେ । ଜଗନ୍ନାଥଙ୍କ ଦର୍ଶନ କରି ନିଜକୁ ଭାଗ୍ୟବାନ ବୋଲି କହିଛନ୍ତି ମୁକେଶ ।

ସୂଚନାଯୋଗ୍ୟ ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟକ୍ରମ ଅନୁଯାୟୀ, ସୋମବାର ଅପରାହ୍ନ ୩.୩୦ ମିନିଟ୍ରେ ମୁକେଶ ଆମ୍ବାନୀ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ସିଂହଦ୍ୱାରରେ ତାଙ୍କୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇ ଏକ ଖଣ୍ଡୁଆ ପାଟ ପ୍ରଦାନ କରାଯାଇଥିଲା । ଏହାପରେ ସେ ଶ୍ରୀମନ୍ଦିର ଭିତରକୁ ଯାଇ ଭିତରକାଠ ନିକଟରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଆମ୍ବାନୀଙ୍କର କୌଳିକ ପଣ୍ଡା ରଘୁନାଥ ଗୋଚ୍ଛିକାର ତାଙ୍କଠାରୁ ଝିଅ ନିମନ୍ତ୍ରଣ ପତ୍ର ଗ୍ରହଣ କରି ଲାଗି କରିଥିଲେ । ଏହାପରେ ଗୁଆ ଓ ଆଜ୍ଞାମାଳ ଆମ୍ବାନୀଙ୍କୁ ପ୍ରଦାନ କରାଯାଇଥିଲା । ଦର୍ଶନ ଓ ପୂଜାର୍ଚ୍ଚନା ପରେ ସେ ବେହରଣ ଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ । ଏହାପରେ ସେ କୌଳିକ ପଣ୍ଡାଙ୍କ ଯାତ୍ରୀ ଖାତାରେ ଦସ୍ତଖତ ନେବା ସହ ଦକ୍ଷିଣା ଦେଇଥିଲେ । ମୁକେଶ ଆମ୍ବାନୀ ତାଳବଣିଆସ୍ଥିତ ହେଲିପ୍ୟାଡକୁ ଯାଇ ସେଠାରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ ।

Comments are closed.