ଆମାଜନର ମନଲୋଭା ଅଫର ! ଜିନିଷ ଏବେ କିଣନ୍ତୁ, ଏକ ବର୍ଷ ପରେ ଟଙ୍କା ପଇଠ କରନ୍ତୁ

34

ଆସୁଛି ପାର୍ବଣ ଋତୁ । ଆଉ ଏହି ଉତ୍ସବ ସମୟରେ ପ୍ରାୟ ସବୁ ଦୋକନ ଓ ବଜାରରେ ରିହାତି ମୂଲ୍ୟରେ ଉପଲବ୍ଧ ହେବ ଜିନିଷ । ତେବେ ଏନେଇ ଇ-କମର୍ସ ସାଇଟ ଗୁଡ଼ିକ ପଛରେ ରହିବେ କିପରି । ଏପରିସ୍ଥରେ ଲୋକପ୍ରିୟ ଇ-ସପିଂ ସାଇଟ ଆମାଜନ ଉପରେ ରହିଛି ସମସ୍ତଙ୍କ ନଜର । ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆମାଜନ ମଧ୍ୟ ଏକେ ନିଅରା ଅଫରର ଘୋଷଣା କରିଛି । ଏହି ଅଫର ଅନୁସାରେ ଗ୍ରାହକ ଏବେ କିଣିବେ ଜିନିଷ କିନ୍ତୁ ଇନଷ୍ଟଲମେଂଟ ଜରିଆରେ ଟଙ୍କା ପଇଠ କରିବେ ଆସନ୍ତାବର୍ଷ ଜାନୁୟାରୀ ମାସରେ । ଅବିଶ୍ୱାସ ହେଉଛି ନାଁ, ହେଲେ କଥାଟା ସତ । ଆମାଜନର ଏହି ଅଫରର ନାମ ହେଲା ‘ବାୟ ନାଓ ଆଣ୍ଡ ପେ ନେକ୍ସଟ ଇୟର’ । ତେବେ ଏହି ଅଫର କେବଳ ଏଚଡ଼ିଏଫସି ବ୍ୟାଙ୍କ କ୍ରେଡ଼ିର୍ଟ କାର୍ଡ଼ ଗ୍ରାହକଙ୍କ ପାଇଁ ରହିବ ।

ଏହି ଅଫର ଅନୁସାରେ ଗ୍ରାହକ ଆମାଜନ ସେଲ ସମୟରେ କିଣାକିଣି କରି ଏହାର ମୂଲ୍ୟ ୨୦୧୮ରେ ଇନଷ୍ଟୋଲମେଂଟ ଜରିଆରେ ଦେଇପାରିବେ । ଆମାଜନ ଇଣ୍ଡିଆ କନଜ୍ୟୁମର ଇଲୋକ୍ଟ୍ରୋନିିକ୍ସ ଅଧିକାରୀ ଅରୁଣ ଶ୍ରୀନିବାସନ ଏହାର ସୂଚନା ଗ୍ୟାଜେଟ୍ ୩୬୦କୁ ଦେଇଛନ୍ତି । ସୂଚନାଯୋଗ୍ୟ ଅମାଜନ ସେଲର ଏହି ନିଆରା ଅଫର ୨୧ ସେପ୍ଟେମ୍ବରରୁ ଆରମ୍ଭ ହେବ । କିନ୍ତୁ ପ୍ରାଇମ ମେମ୍ବରମାନେ ୨୦ ସେପ୍ଟେମ୍ବର ରାତି ୧୨ରୁ ଏହି ଅଫରର ଲାଭ ଉଠାଇବା ଆରମ୍ଭ କରିଦେଇଛନ୍ତି । ଆମାଜନ ସେଲ ଅନୁସାରେ ବାଇ ନାଓ , ପେ ନେକ୍ସଟ ଇୟର ଅଫରamazon ଅନୁସାରେ ପ୍ରାଇମ ମମ୍ବେରଙ୍କ ପାଇଁ ୨୦ ସେପ୍ଟେମ୍ବରରୁ ହିଁ ଆରମ୍ଭ ହୋଇଯାଇଛି । ତେବେ ଏହି ସୁବିଧା ୨୧ ସେପ୍ଟମ୍ବର ମାନେ ଆଜି ଠାରୁ ସମସ୍ତ ଗ୍ରାହକଙ୍କୁ ଉପଲବ୍ଧ ହେବ ।

ତେବେ ଏହି ଅଫର ବାହାନାରେ ଇ-କମର୍ସ ସାଇଟ୍ ଆମାଜନ ଅନେକ ଗ୍ରାହକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିପାରିବ । କମ୍ପାନୀ ଏନେଇ ୧୧ ଟି ବ୍ୟାଙ୍କ୍ ଓ ବଜାଜ ଫାଇନାନ୍ସ ସର୍ଭିସ ସହ କଥାବାର୍ତ୍ତ । କରିଛି ଯାହାଦ୍ୱାରା ଗ୍ରାହକଙ୍କୁ ଶୂନ୍ୟ ଇଏମଆଇ ଓ କ୍ୟାସବ୍ୟାକ ଅଫର ଦିଆଯାଇପାରିବ । ଏହା ବ୍ୟତୀତ ଏଚଡ଼ି ଫସି ଡେବିର୍ଟ କାର୍ଡ଼ ଥିବା ଗ୍ରାହକଙ୍କୁ ସେଲ ସମୟରେ ଅତିରିକ୍ତ ୧୦ ପ୍ରତିଶତ ଛାଡ଼ ହେବ । ଏହା ବ୍ୟତୀତ ଫୋନ ଉପରେ ୪୦ ପ୍ରତିଶତ ଅଧଇକ ରିହାତି ମଧ୍ୟ ମିଳିବ । ସୂଚନା ଅନୁସାରେ ସେଲ ସମୟରେ ୪୦,୦୦୦ ଅଧିକ ଅଫର ଉପଲବ୍ଧ ହେବ ।