ଆମାଜନ ଗ୍ରାହକଙ୍କ ପାଇଁ ବିପଦ : ସ୍ମାର୍ଟସ୍ପିକର ରେକର୍ଡ଼ କରୁଛି ଆପଣଙ୍କ ବ୍ୟକ୍ତିଗତ କଥାବାର୍ତ୍ତା

36

ଏବେ ପର୍ଯ୍ୟନ୍ତ ଆପଣ ଫେସବୁକ କିମ୍ବା ସ୍ମାର୍ଟଫୋନରେ ବ୍ୟକ୍ତିଗତ ତଥ୍ୟ ଲିକ ହେବାର ଖବର ଶୁଣିଥିଲେ । କିନ୍ତୁ ସ୍ମାର୍ଟ ସ୍ପିକରରେ ବି ବ୍ୟକ୍ତିଗତ ତଥ୍ୟ ଲିକ ହେବାର ଆଶଙ୍କା ରହିଛି ବୋଲି ଆପଣ ଜାଣିନଥିବେ । ଘରେ ସ୍ମାର୍ଟଫୋନ୍ ରଖିବା ପାଇଁ ପସନ୍ଦ କରୁଥିଲେ, ଆପଣଙ୍କ ପାଇଁ ଖବର ଭଲ ନୁହେଁ । ସ୍ମାର୍ଟସ୍ପିକରରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହେବାର ସମ୍ଭାବନା ରହିଛି । ଆପଣଙ୍କ ଘରେ ସାଧାରଣ ଦେଖାଯାଉଥିବା ସ୍ମାର୍ଟସ୍ପିକର ଚୋରି ଚୋରି ଆପଣଙ୍କ ସମସ୍ତ କଥା ରେକର୍ଡ଼ କରିପାରେ । ଆମାଜନ୍ ଏଲେକ୍ସା ଓ ଆମାଜନ୍ ଇକୋ ସ୍ପିକରରେ ଏପରି କିଛି ଦେଖିବା ପାଇଁ ମିଳୁଛି ।

ପୋର୍ଟଲାଣ୍ଡରେ ଏପରି ଏକ ମାମଲା ସାମ୍ନାକୁ ଆସିଛି । ସୂଚନା ଅନୁସାରେ ଆମାଜନ ଏଲେକ୍ସା ଏକ ଦମ୍ପତିଙ୍କ ବ୍ୟକ୍ତିଗତ ବାର୍ତ୍ତାଳାପକୁ ରେକର୍ଡ଼ କରି ତାଙ୍କ ପରିଚିତ ଲୋକଙ୍କୁ ପାଖକୁ ପଠାଇଦେଲା । ଘଟଣା ଜାଣିବା ପରେ ଉକ୍ତ ଦମ୍ପତି ସମସ୍ତ ସ୍ପିକରକୁ ବନ୍ଦ କରିଦେଇଥିଲେ । ଘଟଣାର ତୁରନ୍ତ ପରେ ଏହି ସମ୍ମନ୍ଧରେ ଆମାଜନରେ ଅଭିଯୋଗ କରାଗଲା ଏବଂ କମ୍ପାନୀ ଯାଂଚ କରିବା ପାଇଁ ଇଞ୍ଜିନିୟର ପଠାଇଥିଲେ ।

ସୂଚନା ଅନୁସାରେ ଇଞ୍ଜିନିୟର ଯାଂଚ କରିବା ପରେ ଏକଥାକୁ ସତ ବୋଲି ସ୍ପଷ୍ଟ କରିଥିଲେ । ଏବଂ ଏପରି ଅସୁବିଧା ପାଇଁ କ୍ଷମାପ୍ରାର୍ଥନା ମଧ୍ୟ କରିଥିଲେ । କମ୍ପାନୀ ନିଜ ତରଫରୁ କହିଛି ଆମାଜନ୍ ସ୍ପିକର, ସ୍ୱାମୀ-ସ୍ତ୍ରୀଙ୍କ କଥାକୁ ଭୁଲ କମାଣ୍ଡ ରୂପରେ ନେବା କାରଣରୁ ଏପରି ହୋଇଛି । ଆଉ ଏହାର ଗୋଇନ୍ଦାଗିରି ସହିତ କୌଣସି ସମ୍ପର୍କ ନାହିଁ । ସ୍ୱାମୀ-ସ୍ତ୍ରୀଙ୍କ କଥୋପକଥୋନରେ କଛି ଏପରି ଶବ୍ଦ ଥିଲା ଯାହା ଏଲେକ୍ସା ଡଟ୍ ସ୍ପିକରର କମାଣ୍ଡରେ ମହଜୁଦ ଅଟେ । ଆମାଜନ ଏନେଇ କାମ କରୁଛି ଓ ଭବିଷ୍ୟତରେ ଏପରି ସମସ୍ୟା ହେବନାହିଁ ।
ତେବେ ଏହି ଘଟଣା ପ୍ରଘଟ ପରେ ଲୋକେ ଟ୍ୱିଟରରେ ଆମାଜନ କମ୍ପାନୀକୁ ସମାଲୋଚନା କରିଛନ୍ତିି । ଗ୍ରାହକ କହିଛନ୍ତି, ଏହି ଘଟଣା ଜାଣିବା ପରେ ସମସ୍ତେ ସ୍ମାର୍ଟ ସ୍ପିକର ଡଷ୍ଟବିନରେ ଫୋପାଡ଼ି ଦେଇଛନ୍ତିୀ ।