ଆରମ୍ଭ ହେଲା Amazon Prime Days ସେଲ : ରିହାତିରେ ଉପଲବ୍ଧ ହେଉଛି ସାମଗ୍ରୀ

54

ଲୋକପ୍ରିୟ ଇ-କମର୍ସ ୱେବସାଇଟ୍ ଆମାଜନ ପ୍ରତିବର୍ଷ ପ୍ରାଇମ୍ ଡେ ସେଲ ଘୋଷଣା କରେ । ଆଉ ଗ୍ରାହକମାନେ ମଧ୍ୟ ଏହି ଦିନକୁ ଆଗ୍ରହ ସହକାରେ ଚାହିଁ ରହଥାଆନ୍ତି । କାରଣ ଏହି ସମୟରେ ବେଶ ରିହାତି ମୂଲ୍ୟରେ ସାମଗ୍ରୀ ଉପଲବ୍ଧ ହୁଏ । ଚଳିତ ଥର ୧୬ ଜୁଲାଇରୁ ଏହି ସେଲ୍ ଆରମ୍ଭ ହେଉଛି । ସେଲ ଏବେ ଆରମ୍ଭ ହୋଇସାରିଛି ଏବଂ ଏହା ୩୬ ଘଂଟା ପର୍ଯ୍ୟନ୍ତ ଚାଲିବ । ଯେଉଁମାନେ ଆମାଜନର ପ୍ରାଇମ ମେମ୍ବର ସେମାନରେ ହିଁ ଏହି ସୁଯୋଗର ଲାଭ ଉଠାଇ ପାରିବେ । ଆମାଜନର ପ୍ରାଇମ ମେମ୍ବର ହେବା ପାଇଁ ୯୯୯ ଟଙ୍କା ଦେବାକୁ ପଡ଼େ ଏବଂ ଏହାର ବୈଧତା ଥାଏ ମାତ୍ର ଏକ ବର୍ଷ । ଯଦି ଆପଣ ପ୍ରାଇମ ମେମ୍ବର ନୁହନ୍ତ , ତେବେ ଏକ ମାସର ଟ୍ରାଏଲ ନେଇ ଆପଣ ଏହି ସେଲର ସୁଯୋଗ ଉଠାଇପାରିବେ । ତେବେ ୧୨୯ ଟଙ୍କା ଦେଇ ଏକ ମାସ ପର୍ଯ୍ୟନ୍ତ ଏହି ପ୍ଲାନର ଲାଭ ମଧ୍ୟ ଉଠାଇ ପାରିବେ ।

amazon_pay

ଆମାଜନ ପ୍ରାଇମ ଡ଼େ ସେଲ ସମୟରେ ନିିମ୍ନାକ୍ତ ସ୍ମାର୍ଟଫୋନ ଉପରେ ମିଳୁଛି ଡିସକାଉଂଟ . . . .

Samsung Galaxy On7 Prime

Samsung Galaxy Note 8

Moto G5 Plus

Huawei P20 Pro

Huawei P20 Lite

Vivo V9

Vivo V7+

source : CashbackOffer.in

ପ୍ରାଇମ ଡେ ସେଲ୍ ସମୟରେ ଆମାଜନର ସାମଗ୍ରୀ ଉପରେ ମଧ୍ୟ ଅଫର ପ୍ରଦାନ କରାଯିବ । ଏଥିରେ ଆମାଜନର ସ୍ମାର୍ଟ ସ୍ପିକରକୁ ନେଇ ଭିଓିଡ଼ ଓ ମ୍ୟୁଜିକ କଲେକ୍ସନର ନୂଆ ସିରିଜ ଯୋଡ଼ାଯାଇଛି । ୩୬ ଘଂଟାର ଏହି ସେଲରେ ଏଚଡ଼ିଏଫସି ବ୍ୟାଙ୍କ କାର୍ଡ଼ ଉପରେ ୧୦ ପ୍ରିଶତ କ୍ୟାସବ୍ୟାକ ପାଇପାରିବେ ଗ୍ରାହକ । ଆମାଜନ ୱେବସାଇଟ୍ ମୁତାବକ ପ୍ରାଇମ୍ ଡେ ସେଲ୍ ସମୟରେ ସ୍ମାର୍ଟଫୋନ୍ ବ୍ୟତୀତ ଅନ୍ୟ ସାମଗ୍ରୀ ଯପରି ସ୍ମାର୍ଟ ଡିଭାଇସ୍, ଘର ସାଜସଜା ସାମଗୀ ଓ ବୈଦୁତିକ ସାମଗ୍ରୀ ଉପରେ ମଧ୍ୟ ରିହାତି ମିଳିବ । ପ୍ରାଇମ ଡ଼େ ସେଲ ସମୟରେ ୨୦୦୦ ନୂଆ ସାମଗ୍ରୀ ମଧ୍ୟ ଲଂଚ ହେବ,ଯାହା ପ୍ରଥମ ଥର ପାଇଁ ଭାରତ ଆସିବ । କମ୍ପାନୀ ଗ୍ରାହକଙ୍କ ପାଇଁ କ୍ୱିଜର ମଧ୍ୟ ଘୋଷଣା କରିଛନ୍ତି ଯାହାଦ୍ୱାରା ଗ୍ରାହକ OnePlus 6  ଜିତିବାର ସୁଯୋଗ ପାଇବେ ।