୨୫୪ଅରବରେ ନିର୍ମିତ ଆମାଜନର ନୂଆ ଅଫିସକୁ ନେଇ ବିଶ୍ୱରେ ଚର୍ଚ୍ଚା । ଆପଣ ବି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

58

ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ଓ କ୍ୱାଲିଟି ସେବା ପ୍ରଦାନ କରି ବିଶ୍ୱରେ ଚହଳ ସୃଷ୍ଟି କରିଥିବା ଇ-କମର୍ସ କମ୍ପାନୀ ଆମାଜନ ପୁଣି ଚର୍ଚ୍ଚାରେ । କେବଳ ଓଡିଶା କିମ୍ବା ଭାରତ ନୁହେଁ, ଆମାଜନର ନୂଆ ଅଫିସକୁ ନେଇ ସାରା ବିଶ୍ୱରେ ଆଲୋଚନାର ବିଷୟ ହୋଇଛି । ଆମେରିକାର ନିର୍ମିତ ଆମାଜନର ନୂଆ ଅଫିସର ଡିଜାଇନକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଆମାଜନର ନୂଆ ଅଫିସ ବାହାରୁ ଏକ ଗୋଲାକାର ଭଳି ଦେଖାଯାଉଛି । ଏହି କୋଠାର ମୂଲ୍ୟ ୨୫୪ ମିଲିୟନ ବା ୨୫୪ ଅରବ । ସିଟିଲ ଅଂଚଳରେ ନିର୍ମିତ ଏହି ଅଫିସକୁ କମ୍ପାନୀ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜେଫ ବେଜୋସ ଉଦଘାଟନ କରିଥିଲେ । ଏହାର ନାଁ ରଖାଯାଇଛି ‘ରେନ ଫରେଷ୍ଟ’ ।

ଆମାଜନର ଏହି ଅଫିସ ତିଆରି କରିବା ପାଇଁ ସାତ ବର୍ଷ ସମୟ ଲାଗିଥିଲା । ଏହାର ନାଁ ଦେଇଥିଲା “ ଦ ସ୍ପିହର “ ବା “ପୃଥିବୀ “ ।
କର୍ମଚାରୀଙ୍କ ସମସ୍ତ ସୁବିଧାକୁ ଧ୍ୟାନରେ ରଖି ଏଠାରେ ସମସ୍ତ ବ୍ୟବସ୍ଥା କରାଯାଇଛି ।ଏଠାରେ ଏଭଳି ପରିବେଶ ସୃଷ୍ଟି କରାଯାଇଛି ଯାହା ଦ୍ୱାରା କର୍ମଚାରୀ ନିଜର ସୃଜନଶୀଳତାକୁ ବଢାଇପାରିବେ । ଇନୋଭେଟିଭ ଆଇଡିଆରେ କାମ କରିପାରିବେ ।

ଆମାଜନର ନୂଆ ଅଫିସରେ ଲାଗିଛି ୪୦ହଜାର ଗଛ । କମ୍ପାନୀ ଅଫିସ ଭିତରକୁ ପୁରା ସବୁଜ ପରିବେଶ ଭଳି ସଜ୍ଜିତ କରିଛି । ନିଜର ଦୈନନ୍ଦିନ କାମରୁ ବାହାରି ଏଭଳି ସୁନ୍ଦର ପରିବେଶରେ ବୁଲିବା ସହ ଅଫିସ ପରିସରରେ ଥିବା ଛୋଟ ଝରଣାକୁ ଉପଭୋଗ କରିପାରିବେ ।
କର୍ମଚାରୀଙ୍କ ମିଟିଂ ହଲର ନାଁ ରଖାଯାଇଛି ‘ଦି ବାର୍ଡସ ନେସଟ’ । କ୍ୟାମ୍ପସ ପରିସରରେ ତିନୋଟି ବିଲିଡିଂ ରହିଛି । ଯାହାର ଲମ୍ବ ୯୦ ଫୁଟ ଓ ଓସାର ୧୩୦ ଫୁଟ ।