ଇ-କମର୍ସ କଂପାନୀରେ ନିଯୁକ୍ତି ସୁଯୋଗ ! ଆମାଜନ୍ ଜାନୁଆରୀରେ ଦେଉଛି ୬୫୦୦ଟି ଚାକିରି

33

ଇ-କଂପାନୀ କମର୍ସ କଂପାନୀ ଆମାଜନ ଏହି ମାସରେ ୬୫୦୦ ଚାକିରି ଦେବାକୁ ଯାଉଛି । ଆମାଜନ୍ ଇଣ୍ଡିଆ ଏହି ମାସର ଶେଷରେ ଆୟୋଜିତ ହେବାକୁ ଥିବା ନିଜର ମେଗା ସେଲ୍ ପାଇଁ ୬୫୦୦ରୁ ଅଧିକ ଚାକିରି ଦେବାକୁ ନିଷ୍ପତ୍ତି କରିଛି । ଆପଣଙ୍କୁ ସୂଚାଇ ଦେଉଛୁ କି ଏହି  ଚାକିରି ଅସ୍ଥାୟୀ ଅଟେ ଅର୍ଥାତ୍ ଚାକିରି କେବଳ ଆମାଜନର ମେଗା ସେଲ୍ ପାଇଁ ଅଟେ ।

ଏହି ସେଲ୍ ୨୦-୨୪ଜାନୁଆରୀ ମଧ୍ୟରେ ହେବାକୁ ଯାଉଛି । ଏହି ଗ୍ରେଟ୍ ଇଣ୍ଡିଆନ୍ ସେଲ୍ ରେ କଂପାନୀକୁ ଅଧିକ ଲୋକଙ୍କର ଆବଶ୍ୟକ ରହିଛି । ଯାହା ପାଇଁ କଂପାନୀ ୬୫୦୦ରୁ ଅଧିକ ଚାକିରି ଦେବାକୁ ନିଷ୍ପତ୍ତି କରିଛି । ଆମାଜନ ଇଣ୍ଡିଆର ଭାଇସ୍ ପ୍ରେସିଡେଣ୍ଟ ଅଖିଲ ସକ୍ସେନାଙ୍କ ମୁତାବିକ୍ ଏଥିରୁ ୫୫୦୦ ଆମାଜନ ଇଣ୍ଡିଆର ଭାରତରେ ଫୁଲଫିଲମେଂଟ ସେଣ୍ଟର ,ଷ୍ଟୋରେଶନ ସେଣ୍ଟର , ଡେଲିଭରି ଷ୍ଟେସନରେ ଦିଆଯିବ।

ଏହି ଚାକିରି ସୁବିଧା ହାଇଦ୍ରାବାଦ ଓ ବେଙ୍ଗାଲୁରୁ ଭଳି ବଡ ସହରରେ ଉପଲବ୍ଧ ହେବ  । ୬୫୦୦ ଅସ୍ଥାୟୀ ଚାକିରି ବ୍ୟତୀତ କଂପାନୀ ସର୍ଭିସ୍ ପାର୍ଟନର ମଧ୍ୟ ଅତିରିକ୍ତ ସିଜନାଲ ଆସୋସିଏଟ୍ସ ନିଯୁକ୍ତ କରିବାକୁ କହିଛନ୍ତି । ଏଇଥିପାଇଁ କି ପ୍ରଡକ୍ଟର ଶୀଘ୍ର ଡେଲିଭରି ହେବା ପାଇଁ । ଏଇଥିପାଇଁ କୋରିୟର କଂପାନୀମାନଙ୍କୁ ଅଧିକରୁ ଅଧିକ ଡେଲିଭରି ବ୍ୟକ୍ତି ରଖିବାକୁ କୁହାଯାଇଛି । କଂପାନୀ ଏହି ସେଲ୍ ରେ ଅଧିକରୁ ଅଧିକ ପ୍ରଡକ୍ଟ ସେଲ୍ କରି ଅଧିକ ଆୟ କରିବାକୁ ଯୋଜନା କରିଛି ।

(ସୌଜନ୍ୟ-ୱାନ ଇଣ୍ଡିଆ)