ଆମାଜନ୍ ର ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ରେ ଲାଗିଲା ମହାସେଲ୍, ସ୍ମାର୍ଟଫୋନ୍ ଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ ପର୍ଯ୍ୟନ୍ତ ଲାଗିଲା ସେଲ୍ ।

28

ପୂଜାଋତୁ ଆରମ୍ଭ ହେବା କ୍ଷଣି ବଡ ବଡ ମଲ୍ ମାନଙ୍କରେ ସେଲ୍ ଲାଗିବା ଆରମ୍ଭ ହୋଇଯାଇଛି । ତେବେ ଅନଲାଇନ୍ ରେ ମଧ୍ୟ ଏଭଳି ସେଲ୍ ଦେଖିବାକୁ ମିଳିଛି । ନିକଟରେ ଫ୍ଲିପକାର୍ଡର ବିଭିନ୍ନ ଅଫର୍ ଗ୍ରାହକଙ୍କୁ ଖୁସି କରିଥିବା ବେଳେ ଏବେ ଆମାଜନ୍ ର ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଆଲ୍ ନାମରେ ମହାସେଲ୍ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହି ସେଲରେ କମ୍ପାନୀ ବଡ ବଡ ବ୍ରାଣ୍ଡର ଭିନ୍ନ ଭିନ୍ନ ପ୍ରଡକ୍ଟ ଉପରେ ବମ୍ପର ଡିସକାଉଣ୍ଟ ଦେଉଛନ୍ତି । ଏଥିପାଇଁ କମ୍ପାନୀ ତରଫରୁ ନିଜ ସାଇଟରେ ମଧ୍ୟ ଏକ ଟିଜରପେଜ୍ ପ୍ରସ୍ତୁତ କରାଯାଇଛି । ପେଜରେ ସେଲକୁ ନେଇ ଅନେକ ବିବରଣୀ ଦିଆଯାଇଛି । କମ୍ପାନୀ ନିଜର ମହାସେଲ୍ ପାଇଁ ଏସବିଆଇ ସହ କଥାବାର୍ତ୍ତା କରିଛନ୍ତି ।

 

ଦୀପାବଳି ଭଳି ପର୍ବକୁ ଆଖି ଆଗରେ ରଖି କମ୍ପାନୀ ଗ୍ରାହକଙ୍କୁ ଖୁସି କରିବା ପାଇଁ ପଛଘୁଞ୍ଚା ଦେଉନାହିଁ । ଏଥିପାଇଁ ସେଲରେ ଗ୍ରାହକଙ୍କୁ ନୋ କାଷ୍ଟ୍ ଇଏମଆଇ,ଡେବିଟ୍ କାର୍ଡ ଇଏମଆଇ ଏବଂ ଆମାଜନ୍ ପେ ରୁ ପେମେଣ୍ଟ୍ କରିବା ଡିସକାଉଣ୍ଟ୍ ର ଅଫର ଦିଆଯାଉଛି । ସେଲରେ ସ୍ମାର୍ଟଫୋନ୍,ଇଲେକ୍ଟ୍ରୋନିକ୍ ସାମଗ୍ରୀ,ରୋଷେଇ ସାମଗ୍ରୀ,ଟି.ଭି ଆଣ୍ଡ୍ ଅପ୍ଲାୟସେଜ୍ ପାଇଁ ଅଫର ମିଳିବ । କେଉଁ କାଟେଗୋରୀ ପାଇଁ କେତେ ଡିସକାଉଣ୍ଟ୍ ମିଳିବ ଏନେଇ କୌଣସି ଖବର ମିଳିନାହିଁ । ତେବେ ବର୍ତ୍ତମାନ ସେଲ୍ ପାଇଁ କୁପନ୍ ବଣ୍ଟାଯାଉଛି । ଆପଣ ଆମାଜନ୍ ସାଇଟ୍ ଭିଜିଟ୍ କରି ନିଜ ମନପସନ୍ଦର କୁପନ୍ ସିଲେକ୍ଟ କରିପାରନ୍ତି ।