ଆମାଜନ୍‌ ମୁଖ୍ୟ ବିଶ୍ୱର ଏକ ନମ୍ବର ଧନୀ !

32

ଆମାଜନର ସେୟାର ମୂଲ୍ୟ ଏତେ ଅଧିକ ବଢ଼ିଯାଇଛି ଯେ ଏହାର ମୁଖ୍ୟ ଜେଫ୍‌ ବେଜୋସ୍‌ ବିଶ୍ୱର ଏକ ନମ୍ବର ଧନୀ ଭାବେ ଉଭା ହୋଇଛନ୍ତି । ସେ ମାଇକ୍ରୋସଫ୍ଟର ମୁଖ୍ୟ ବିଲ୍‌ ଗେଟସଙ୍କୁ ଏକ ନମ୍ବର ସ୍ଥାନରୁ ହଟାଇ ଦେଇଛନ୍ତି । ୨୦୧୩ ପରଠାରୁ ବିଲ୍‌ ଗେଟସ୍‌ ଏକ ନମ୍ବର ସ୍ଥାନରେ ଥିଲେ ବୋଲି ବ୍ଲୁମବର୍ଗ ବିଲିଓନେୟାର ଇଣ୍ଡେକ୍ସରୁ ଜଣାପଡ଼ିଛି । ବେଜୋସଙ୍କ ସମ୍ପତ୍ତି ମୂଲ୍ୟ ୯୦.୯ ବିଲିଅନ୍‌ ଡଲାର ହୋଇଛି । ତାଙ୍କ ସମ୍ପତ୍ତି ମୂଲ୍ୟରେ ୪୦% ବୃଦ୍ଧି ଘଟିଛି । ୨୦୧୭ ଆରମ୍ଭ ବେଳକୁ ସେ ଧନୀ ତାଲିକାର ଚତୁର୍ଥ ସ୍ଥାନରେ ଥିଲେ । କିଛି ମାସ ମଧ୍ୟରେ ସେ ତୃତୀୟ ସ୍ଥାନରେ ଥିବା ଇଣ୍ଡିଟେକ୍ସର ମୁଖ୍ୟ ଆଣ୍ଟୋନିଓ ଓର୍ଟେଗା, ଦ୍ୱିତୀୟ ସ୍ଥାନରେ ଥିବା ବର୍କସାୟାର ହାଥାେଓ୍ଵର ଓ୍ଵାରେନ୍‌ ବଫେଟ୍‌ ଏବଂ ପ୍ରଥମ ସ୍ଥାନରେ ଥିବା ମାଇକ୍ରୋସଫ୍ଟର ବିଲ୍‌ ଗେଟସଙ୍କୁ ଟପି ଏକ ନମ୍ବର ସ୍ଥାନ ଦଖଲ କରିଛନ୍ତି ।