ଅନ୍ୟର ଅଇଁଠା ବାସନ ଉଠାଉଥିଲେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ! ଆମାଜନ୍ ପ୍ରତିଷ୍ଠାତା ଜେଫ୍ ବେଜୋସଙ୍କ ସଂଘର୍ଷମୟ କାହାଣୀ

70

ଦୁନିଆର ସବୁଠାରୁ ବଡ଼ ଇ-କମର୍ସ କମ୍ପାନୀ ଅମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଦୁନିଆର ସବୁଠରୁ ଧନୀ ବ୍ୟକ୍ତି ହୋଇଛନ୍ତି । ଫୋବର୍ସର ନିକଟରେ ଜାରି କରିଥିବା ତାଲିକା ମୁତାବକ ବେଜୋସଙ୍କ ସମ୍ପତ୍ତି ୯୦.୬ ଅରବ ଡଲାର ହୋଇଯାଇଛି । ଏହା ମାଇକ୍ରୋସପ୍ଟର ପ୍ରତିଷ୍ଠାତା ବିଲ ଗଟେସଙ୍କ ସମ୍ପତ୍ତି (୯୦.୧)ରୁ ଅଧିକ ।

ସମୟ ଥିଲା ଯେତବେଳେ ଆମାଜର ପ୍ରତିଷ୍ଠାତା ଜେଫ୍ ବେଜୋସ ବହି ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । କିନ୍ତୁ ବିଗତ ଏକ ବର୍ଷ ମଧ୍ୟରେ ଜେଫ୍ ପ୍ରତି ଦିନ ୪୨୬ କୋଟି ଟଙ୍କା ଆୟ କରୁଛନ୍ତି । ଏହା ତାଙ୍କର କଠିନ ପରିଶ୍ରମର ଫଳ । ଆଜିର ଦିନରେ ଜେଫ୍ ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ ମଧ୍ୟ ତାଙ୍କ ଜୀବନରେ ଏମିତି ସମୟ ଥିଲା ଯେତେବେଳ ତାଙ୍କ ପାଖରେ ଟଙ୍କା ନଥିଲା ।

ସେ ଯେବେବେଳ ମାତ୍ର ୪ ବର୍ଷର ଥିଲେ ତାଙ୍କ ମା’ବାପା ଅଲଗା ହୋଇଯାଇଥିଲେ । ଅଲଗା ହେବା ପରେ ତାଙ୍କ ମା’ ଦ୍ୱିତୀୟ ବିବାହ କରିଥିଲେ । ଆଉ ଜେଫ୍ ତାଙ୍କ ଅଜାଙ୍କ ପାଖରେ ରହୁଥିଲେ । ଆଜି ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିି । ହେଲେ ସେ ପାଠ ପଢ଼ୁଥିବା ସମୟରେ ଅଇଁଠା ବାସ ଉଠାଉଥିଲେ । ମ୍ୟାକଡୋନର୍ସ ଠାରୁ ଆରମ୍ଭ କରି ବଲ ଷ୍ଟ୍ରିଟ୍ ପର୍ଯ୍ୟନ୍ତ ସବୁଠାରେ କାମ କରିଛନ୍ତି ଜେଫ୍ । ସେହି ସମୟରୁ ହେିଁ ସେ ତାଙ୍କ ଘରର ଗ୍ୟାରେଜରେ ନିଜର ଲ୍ୟାବ ତିଆରି କରିଥିଲେ । ୧୯୯୪ରେ ଜେଫ୍ ଅମାଜନ କମ୍ପାନୀର ତିଆରି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଆମାଜନ ପାଇଁ ସେ ମୋଟା ଦରକାର ଚାକରୀ ଛାଡ଼ିଦେଲେ ।

ଜେଫ୍ କଠିନ ପରିଶ୍ରମରେ ସାବ୍ୟସ୍ତ କରିଦେଲେ ଦୃଢ଼ ଇଚ୍ଛା ଶକ୍ତି ବଳରେ ଅସମ୍ଭବ ମଧ୍ୟ ସମ୍ଭବ । ଆଜି ଆମାଜନ କମ୍ପାନୀ ନାମରେ ଅନେକ ରେକର୍ଡ଼ ରହିଛି । ସେ ଅନ୍ତରୀକ୍ଷରେ ଏକ ହୋଟେଲ ତିଆରି କରିବା ପାଇଁ ଜେଫଙ୍କ ସ୍ୱପ୍ନ ଅଛି । ଏହା ବ୍ୟତୀତ ସେଠାରେ ଏକ ପାର୍କ ତିଆରି ପାଇଁ ଚାହାନ୍ତି ଜେଫ୍ ।