ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ବିବାହ ବିଚ୍ଛେଦ ! ଅଲଗା ହେବେ ଆମାଜନର ସିଇଓ ଜେଫ୍ ବେଜୋସ୍ ଓ ମୈକେଞ୍ଜି ବେଜୋସ୍ 

157

ଆମାଜନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରି ଜେଫ୍ ବେଜୋସ୍ ଓ ତାଙ୍କ ପତ୍ନୀ ମୈକେଞ୍ଜି ବେଜୋସ୍ ଖୁବ ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି । ପାରସ୍ପରିକ ବୁଝାମଣା ସହ ଉଭୟେ ଅଲଗା ହେବାକୁ ଯାଉଛନ୍ତି । ଉଭୟଙ୍କର ୨୫ ବର୍ଷର ବୈବାହିକ ଜୀବନ ଶେଷ ହେବାକୁ ଯାଉଛି । ଟ୍ୱିଟରରେ ଏନେଇ ବେଜୋସ୍ ଦମ୍ପତି ସ୍ୱଷ୍ଟ କରିଛନ୍ତି । ଉଭୟେ ପ୍ରକାଶ କରିଛନ୍ତି ଉଭୟଙ୍କ ସହମତିରେ ବିବାହ ବିଚ୍ଛେଦ ହେଉଛି । ତେବେ ବିବାହ ବିଚ୍ଛେଦ ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ବନ୍ଧୁତା ଅତୁଟ ରହିବ । ସ୍ୱାମୀ ସ୍ତ୍ରୀ ରୂପରେ ଉଭୟେ ଭଲ ସମୟ ଅତିବାହିତ କରିଛନ୍ତି । ବନ୍ଧୁ ଓ ବିଜିନେସ୍ ପାର୍ଟନର ହିସାବରେ ମଧ୍ୟ ଭଲ ସମୟ ବ୍ୟତିତ ହୋଇଛି ।

ସୂଚନାଯୋଗ୍ୟ ମେକେଞ୍ଜି ବେଜୋସ୍ ଅମାଜନର ପ୍ରଥମ କର୍ମଚାରୀ ଥିଲେ । ମେକେଞ୍ଜି ବେଜୋସ୍ ଜଣେ ଔପନ୍ୟାସିକ । ସେ ଲୁଥର ଅଲବ୍ରାଇଟ୍ ଏବଂ ଟ୍ରପ୍ସ ସମେତ ଅନେକ ବହି ଲେଖିଛନ୍ତି । ୯୦ ଦଶକରେ ଜେଫ୍ ଓ ମେକେଂଜି ଉଭୟଙ୍କର ପ୍ରଥମ ସାକ୍ଷାତ୍ ନିବେଶ ପ୍ରବନ୍ଧକ ଊଋ ଝଷବଙ୍ଗରେ ହୋଇଥିଲା । ଜେଫ୍ ଏଠାରେ ଭାଇସ୍ ପ୍ରେସିଡେଂଟ ଥିଲେ ଏବଂ ମେକେଂଜି ରିସର୍ଚ୍ଚ ଆସୋସିଏଟ୍ ଥିଲେ । ଜେଫ୍ , ମେକେଂଜିଙ୍କର ପ୍ରଥମ ଇଂଟରଭ୍ୟୁ ନେଇଥିଲେ’ ।  ଆମାଜନ ପ୍ରତିଷ୍ଠା ପୂର୍ବରୁ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ଜେଫ୍ ବେଜୋସ୍ ୧୯୯୪ରେ ଆମଜନର ପ୍ରତିଷ୍ଠା କରିଥିଲେ ।