ଗ୍ରାହକଙ୍କୁ ନୂତନ ତତ୍କାଳ ଏବଂ ସହଜ ସୁରକ୍ଷିତ ସପିଂ ଅଭିଜ୍ଞତା ପ୍ରଦାନ ପାଇଁ ଆମାଜନ ଡଟ୍ ଇନ୍ ପକ୍ଷରୁ ଆମାଜନ ପେ ସହାୟତାରେ ‘ଗୋ କ୍ୟାସଲେସ୍ ମେଳା’ ନାମକ ୨୧ ଦିନିଆ ଅନନ୍ୟ ସୁବିଧାର ଆରମ୍ଭ କରାଯାଇଛି । ଏହାଦ୍ୱାରା ଗ୍ରାହକ ସେମାନଙ୍କର ନିତିଦିନିଆ ପେମେଣ୍ଟ ଡିଜିଟାଲ ଉପାୟରେ ପ୍ରଦାନ କରିପାରିବେ ।
ଏହି ଅବସରରେ ଗ୍ରାହକ କେତେକ ନୂତନ ଅଫର ପାଇପାରିବେ । ମୋବାଇଲ୍ ଏବଂ ଡିଟିଏଚ୍ ରିଚାର୍ଜ, ଗ୍ୟାସ୍, ୱାଟର ଏବଂ ଇଲେକ୍ଟ୍ରୋନିକ୍ସ ବିଲ୍, ଇଲେକ୍ଟ୍ରୋନିକ୍ସ ଉତ୍ପାଦ, ଫେଶନ ଉତ୍ପାଦ, ହୋମ୍ ଏବଂ କିଚେନ୍ ଉତ୍ପାଦ, ଫୁଡ୍ ଡେଲିଭରୀ, ଟ୍ରାଭେଲ୍, ମୁଭି ଟିକେଟ୍ ଆଦି ଅନେକ କାରବାର ଡିଜିଟାଲ ଉପାୟରେ କରିପାରିବେ । ଆମାଜନ ପେ ବାଲାନ୍ସରେ ୧୦୦୦ ଟଙ୍କା ଥିବା ଗ୍ରାହକଙ୍କୁ ୧୦୦ ଟଙ୍କାର ଷ୍ଟାଣ୍ଡାର୍ଡ କ୍ୟାସବ୍ୟାକ୍ ପ୍ରଦାନ କରାଯିବ । ଭୀମ୍ ୟୁପିଆଇ କରିଥିବା ଗ୍ରାହକ ୧୦ ପ୍ରତିଶତ କ୍ୟାସବ୍ୟାକ୍ ଭାବେ ପ୍ରତି କାରବାରରେ ୧୦୦ ଟଙ୍କା ପର୍ୟ୍ୟନ୍ତ ହାସଲ କରିପାରିବେ । ପ୍ରଥମ କରି ଭିସା କାର୍ଡ ଦ୍ୱାରା ଇଲେକ୍ଟ୍ରୋନିକ୍ସ ପେମେଣ୍ଟ୍ କରୁଥିବା ଗ୍ରାହକଙ୍କୁ ଅତିରିକ୍ତ ୧୦ ପ୍ରତିଶତ କ୍ୟାସବ୍ୟାକ୍ ସୁବିଧା ପ୍ରଦାନ କରାଯିବ । ୨୧ ଦିନ ମଧ୍ୟରେ ୫ କିମ୍ବା ଏହାଠାରୁ ଅଧିକ ଥର କାରବାର କରିଥିବା ଗ୍ରାହକଙ୍କୁ ୧ ଲକ୍ଷ ଟଙ୍କାର ଆମାଜନ ପେ ଗିଫ୍ଟ ପ୍ରମାଣପତ୍ର ଜିଣିବାର ସୁଯୋଗ ମିଳିବ ।
ଏହା ସହିତ ଗ୍ରାହକ ଅତିରିକ୍ତ ଭାବେ ୧୦,୦୦୦ ଟଙ୍କା ସେମାନଙ୍କର ପେ ବାଲାନ୍ସରେ ଅନ୍ତର୍ଭୁକ୍ତ କରିପାରିବେ । ଯାତ୍ରାରେ ଆମାଜନ ପେ ସହାୟତାରେ ୧୨୦୦ ଟଙ୍କା ସଂଚୟ ହୋଇପାରିବ। ସେହିପରି ବୁକ୍ ମାଇ ଶୋ’ ଯାହାକି ୨୦୧୮ ଜୁନ୍ ୪ରୁ ଆରମ୍ଭ ହେଉଛି ସେଥିରେ ଏହା ଦ୍ୱାରା ୫୦ ପ୍ରତିଶତ ସଂଚୟ ହୋଇପାରିବ । ରେଡ୍ ବସ୍ରେ ୨୫ ପ୍ରତିଶତ ସଂଚୟ, ଫାସୋସରେ ଏହାଦ୍ୱାରା ୩୦ ପ୍ରତିଶତ ସଂଚୟ ହୋଇପାରିବ । ବକ୍ସ, ଫ୍ରେସ ମେନ୍ୟୁ ଏବଂ ଅଭିବସ୍ ପ୍ରାଇମ୍ ସଦସ୍ୟଙ୍କ ଆକର୍ଷଣୀୟ ଅଫର ପ୍ରଦାନ କରାଯିବ ।