ବିସ୍ମୟ ବୃକ୍ଷ ! ଯାହାର ଚେର ଦେଖିବାକୁ ମଣିଷ ମୂର୍ତ୍ତୀ ଆକୃତିର

56

ଅନେକ ରହସ୍ୟମୟ ଘଟଣାରେ ପରିପୂର୍ଣ୍ଣ ଦୁନିଆ । ଆଜି ବି ଏମିତି ଏନେକ ଆଶ୍ଚର୍ଯ୍ୟଜନକ ଘଟଣା ଅଛି ଯାହା କେବଳ ଗଣମାଧ୍ୟମର ହେଡଲାଇନ୍ ହୋଇ ରହିଯାଇଛି । କାରଣ ଏସବୁ ରହସ୍ୟର ଗଣ୍ଠିକୁ ଖୋଲିବା ପାଇଁ ବୈଜ୍ଞାନିକମାନେ ମଧ୍ୟ ମାରିଛନ୍ତି ଫେଲ୍ । ସେହିପରି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଚୀନରେ  । ଏଠାରେ ରହିଛି ଏକ ଅଦ୍ଭୁତ ବୃକ୍ଷ ଯାହାର ଚେରଗୁଡୁକ ଦେଖିବାକୁ ମଣିଷ ମୂର୍ତ୍ତୀ ସଦୃଶ୍ୟ ।

ଏହି ଅଦ୍ଭୁତ ବୃକ୍ଷଟିର ନାଁ ହେଲା ପ୍ଲିସପ୍ଲାବର । ମୁଖ୍ୟତଃ ଏହି ବୃକ୍ଷଟିକୁ କେବଳ ଚୀନରେ ହିଁ ଦେଖିବାକୁ ମିଳିଛି । ଆଉ ସବୁଠାରୁ ବଡ କଥା ହେଲା,ଏହି ବୃକ୍ଷର ଚେରର ଏଭଳି ଆକୃତି ଏବେ ସମସ୍ତଙ୍କ ପାଇଁ ପାଲଟି ଯାଇଛି ରହସ୍ୟମୟ ।

ତେବେ ଏହି ଅଦ୍ଭୁତ ଚେରକୁ ଚୀନର ଲୋକମାନେ ଘରୋଇ ଔଷଧ ଭାବରେ ବ୍ୟବହାର କରୁଥିବାରୁ ଏହି ବୃକ୍ଷଟିର ଚାହିଦା ମଧ୍ୟ ବହୁତ । ଖାଲି ସେତିକି ନୁହେଁ ଏହି ଚେରକୁ ସେମାନେ କିଡନୀ ଜନିତ ସମସ୍ତ ସମସ୍ୟା ଦୂର କରିବାକୁ ନେଇ ବ୍ୟବହାର କରିବା ସହ ଦୁର୍ବଳ ହାଡ ଓ କେଶ ଝଡା ରୋକିବା ପାଇଁ ବ୍ୟବହାର କରିଥାଆନ୍ତି ।

ତେବେ ସେ ଯାହା ହେଉ ନା କାହିଁକି, ଏହି ବୃକ୍ଷର ଚେରର ଫଟୋଗୁଡିକ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଏହା ସାରା ଦୁନିଆରେ ପାଲଟି ଯାଇଛି ଏବେ ଚର୍ଚ୍ଚାର ବିଷୟ ।