ଅମରନାଥ ତୀର୍ଥଯାତ୍ରୀ ଆକ୍ରମଣ ଘଟଣାକୁ ନେଇ ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

18

କନକ ବ୍ୟୁରୋ: ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ । ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏଥିରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ର’ ଓ ଆଇବିର ବରିଷ୍ଠ ଅଧିକାରୀ ସାମିଲ ଅଛନ୍ତି । ଅମରନାଥ ଯାତ୍ରୀଙ୍କ ସୁରକ୍ଷା ନେଇ ବୈଠକରେ ପୁଣି ଥରେ ସମୀକ୍ଷା ଚାଲିଛି ।

ଅମରନାଥ ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଥିବା ସତ୍ୱେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ବସଟି କିପରି ପଛରେ ରହିଗଲା ସେନେଇ ଯାଂଚ ଏଜେନ୍ସି ତଦନ୍ତ ଆରମ୍ଭ କରିଦେଇଛନ୍ତି । ଅମରନାଥ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣା ପରେ ତୁରନ୍ତ ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅବଗତ କରିଥିଲେ ଅଜିତ ଡୋଭାଲ । ଏହାସହ ଘଟଣା ସମ୍ପର୍କରେ ଯାଂଚ ଏଜେନ୍ସି ସହ ଆଲୋଚନା କରିଥିଲେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା । ତେବେ କୌଣସି ପରିସ୍ଥିତିରେ ଅମରନାଥ ଯାତ୍ରାକୁ ରୋକାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।