ଆଜିଠୁ ଅମରନାଥ ଯାତ୍ରା ଆରମ୍ଭ ! ୪୦ଦିନ ଧରି ଚାଲିବ ଯାତ୍ରା

84

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା । ୪୦ ଦିନ ଧରି ଏହି ଯାତ୍ରା ଚାଲିବ । ଯାତ୍ରା ସମୟରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବା ଜଣାପଡିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ଜମ୍ମୁରୁ ଏହି ଯାତ୍ରା ଆରମ୍ଭ ହୋଇଛି । ଅମରନାଥ ଯାତ୍ରା ପାଇଁ ଅଢେଇ ଲକ୍ଷ ଲୋକ ପଞ୍ଜୀକରଣ କରିଛନ୍ତି ।

ଅନନ୍ତନାଗ ଓ ଗନ୍ଦଲବଲରୁ ପ୍ରଥମ ପର୍ଯ୍ୟାୟ ଯାତ୍ରାକୁ ଜମ୍ମୁ-କାଶ୍ମୀର ଉପମୁଖ୍ୟମନ୍ତ୍ରୀ ନିର୍ମଳ ସିଂହ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟରେ ୨୨ ଶହ ୮୦ ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ସାଟେଲାଇଟ ଟ୍ରାକିଂ ସିଷ୍ଟମକୁ ସାମିଲ କରାଯାଇଛି ।