ସଲାମ୍ ସଲିମ୍ ! ଦେବଦୂତ ହୋଇ ୫୦ ଅମରନାଥ ଯାତ୍ରୀଙ୍କ ଜୀବନ ବଂଚାଇଲେ ଜଣେ ଡାଇଭର୍

44

ଗତକାଲି ଅମରନାଥରେ ମୃତ୍ୟୁର ତାଣ୍ଡବ ଚଳାଇଥିଲେ ଆତଙ୍କବାଦୀ । ଜମ୍ମୁ କଶ୍ମୀର ଅନନ୍ତନାଗ ଜିଲ୍ଲାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏକ ବସ୍ ଉପରେ ଆକ୍ରମଣ କରି ନେଇଥିଲେ ୭ ନୀରିହ ଜୀବନ । କିନ୍ତୁ ଏସବୁ ମଧ୍ୟରେ ଅନ୍ୟ ଯାତ୍ରୀ ମାନଙ୍କ ପାଇଁ ଦେବଦୂତ ସାଜିଥିଲେ ଡାଇଭର୍ ସଲିମ୍ ଶେଖ୍  ।

ଗୁଜୁରାଟର ସଲିମ୍ ନିଜ ଉପସ୍ଥିତ ବୁଦ୍ଧି ଏବଂ ସାହାସ ଯୋଗୁଁ ଅନ୍ୟ ୫୦ଜଣ ଯାତ୍ରୀଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି  । ଯେତେବେଳେ ଆତଙ୍କି ବସ୍ ଉପରକୁ ଆଖିପିଛୁଳା ଗୁଳି ଚାଳନା କରିଥିଲେ ସେତେବେଳେ ସଲିମ୍ ସମସ୍ତ ଯାତ୍ରୀଙ୍କ ସୁରକ୍ଷା ଚିନ୍ତା କରିଥିଲେ । ଆଉ ଭୟଭୀତ ନହୋଇ ନିଜ ଜୀବନକୁ ବାଜି ଲଗାଇ ବସ୍‌ ଗଡ଼ାଇ ଚାଲିଥିଲେ । ସଲିମ୍ ନିଜ ପ୍ରତିକ୍ରିୟାରେ କହିଛନ୍ତି ଭଗବାନ୍ ମତେ ସେହି ସମୟରେ ସାହାସ ଦେଇଥିଲେ । ଏବଂ ମୁଁ ଆତଙ୍କବାଦୀଙ୍କୁ ନଡରି ବସକୁ ସୁରକ୍ଷିତ ସ୍ଥାନକୁ ନେବାରେ ସକ୍ଷମ ହୋଇଥିଲି ।

ସଲିମଙ୍କ ଏହି ସାହାସିକତା ପାଇଁ ଗୁଜୁରାଟ୍ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ପ୍ରଶଂସା କରିବା ସହ କହିଛନ୍ତି, ତାଙ୍କ ନାମ ‘ସାହସିକତା ପୁରସ୍କାର’ ପାଇଁ କେନ୍ଦ୍ରସରକାରଙ୍କୁ ପ୍ରସ୍ତାବ ପଠାଇବାର ଯୋଜନା କରାଯାଉଛି । କେବଳ ଗୁଜୁରାଟ ନୁହେଁ ସମଗ୍ର ଦେଶ ସଲିମଙ୍କ ଏହି କର୍ତ୍ତବ୍ୟ ଏବଂ ସାହାସ ପାଇଁ ପ୍ରଶଂସା କରିଛି ।