ଆତଙ୍କବାଦୀ ଆକ୍ରମଣ ସତ୍ୱେ ଅମରନାଥ ଯାତ୍ରା ଜାରି ! ଆଜି ଦୁଇଟି ଦଳରେ ଯାତ୍ରା କଲେ ୩୨ ଶହ ୮୯ ଯାତ୍ରୀ

43

କନକ ବ୍ୟୁରୋ: ଆତଙ୍କବାଦୀ ଆକ୍ରମଣ ସତ୍ୱେ ଅମରନାଥ ଯାତ୍ରା ଉପରେ କୌଣସି ପ୍ରଭାବ ପଡିନି । ଆଜି ପୁଣି ଏକ ତୀର୍ଥଯାତ୍ରୀ ଦଳ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଜମ୍ମୁ ବେସ୍ କ୍ୟାମ୍ପରୁ ଆଜି ଭୋର ୩ଟା ୧୫ରୁ ଏହି ଦଳ ଯାତ୍ରା ଆରମ୍ଭ କରିଛି । ପହଲଗାମ୍ ଦେଇ ଯାତ୍ରା କରିଥିବା ଏହି ଦଳରେ ଅଛନ୍ତି ୨୩ ଶହ ୮୯ ଜଣ ତୀର୍ଥଯାତ୍ରୀ । ଯେଉଁଥିରେ ୧୫ ଶହ ୨୯ ଜଣ ପୁରୁଷ ଓ ୫୩୭ ଜଣ ମହିଳା ଶ୍ରଦ୍ଧାଳୁ ଅଛନ୍ତି । ଏହା ସହ ୨୫୦ ଜଣ ସାଧୁସନ୍ଥ ମଧ୍ୟ ଏହି ଦଳରେ ଅଛନ୍ତି ।

ସେହିପରି ଆଜି ବଲତାଲରୁ ୯୭୩ ଜଣିଆ ଅନ୍ୟ ଏକ ତୀର୍ଥଯାତ୍ରୀ ଦଳ ମଧ୍ୟ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଦଳରେ ୭୫୪ ପୁରୁଷ ଓ ୨୧୯ ଜଣ ମହିଳା ଯାତ୍ରୀ ଅଛନ୍ତି । ତେବେ ଆଜି ମୋଟ ୩ ହଜାର ୨ ଶହ ୮୯ ଜଣ ଯାତ୍ରୀ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ୧୦୫ଟି ଗାଡି ଏହି ତୀର୍ଥଯାତ୍ରୀଙ୍କୁ ନେଇ ଯାତ୍ରା କରିଛି ।