ରାଲି ପାଇଁ ଆମ୍ବୁଲାନ୍ସ ଅଟକିବା ପ୍ରସଙ୍ଗ : ପଶ୍ଚାତାପ ବଦଳରେ ବେପରୁଆ ବୟାନ ଦେଲେ ବିଜେଡି ବିଧାୟକ

68

vlcsnap-2016-09-10-19h23m32s545କନକ ବ୍ୟୁରୋ : ମହାନଦୀ ବଂଚାଇବାକୁ ରୋଗୀଙ୍କ ଜୀବନ ବାଜି ଲଗାଇଦେଲା ବିଜେଡି। ରାଜନୀତିର ନିଶାରେ ଏମିତି ଚୁର ଯେ ସାଧାରଣ ମାନବିକତା ହଜାଇ ଦେଲେ ଦଳର ନେତା ଓ କର୍ମୀ। ମହାନଦୀ ବଂଚାଅ ଆନ୍ଦୋଳନବେଳେ ଅଟକି ରହିଲା ଆମ୍ବୁଲାନ୍ସ। ଆଉ ଏହା ସପକ୍ଷରେ ଯୁକ୍ତି ବାଢି ବିଧାୟକ ଅମର ପ୍ରସାଦ ଶତପଥୀ ଦେଇଛନ୍ତି ଏକ ବେପରୁଆ ମନ୍ତବ୍ୟ। କହିଛନ୍ତି ଭିଡ ଭିତରେ ବି ଅଧଘଂଟା ଅଟକି ରହିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ।

vlcsnap-2016-09-10-19h23m16s044ଆମ୍ବୁଲାନ୍ସରେ ଜୀବନ ସହ ସଂଗ୍ରାମ କରୁଥିବା ଜଣେ ରୋଗୀ, ଆଉ ଆନ୍ଦୋଳନ ପାଇଁ ରାଲିରେ ଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ । ଦୁହିଁଙ୍କ ତୁଳନା କେତେଦୂର ସମୀଚିନ ? ଭିଡ ଭିତରେ ଅଟକି ରହିବା କାହାପାଇଁ ବିପଦଜନକ ? ରୋଗୀଙ୍କୁ ଆବଶ୍ୟକ ସମୟରେ ଚିିକିତ୍ସା ଯୋଗାଇ ଦେବାରେ ସାମାନ୍ୟ ବିଳମ୍ବ ହେଲେ ଜୀବନ ଚାଲିଯିବାର ଭୟ। ଗତକାଲି ଆମ୍ବୁଲାନ୍ସରେ ଅଟକି ରହିଥିବା ଏ ଅସୁସ୍ଥ ବୃଦ୍ଧାଙ୍କ ଚିତ୍ର ଦେଖିଲେ ଅନୁମାନ କରିହେବ କେତେ ଗୁରୁତର ତାଙ୍କ ସ୍ୱାସ୍ଥ୍ୟାବସ୍ଥା । କିନ୍ତୁ ବିଜେଡି କର୍ମୀଙ୍କ ରାଲିଯୋଗୁଁ ରାସ୍ତାରେ ଗାଡିଯିବା ସମ୍ଭବ ନଥିଲା ।