ଦଳରେ କାହାକୁ ସାମିଲ କରିବା ପୂର୍ବରୁ ଏଣିକି ଯାଂଚ ହେବ : ଅମର ଶତପଥୀ

59

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅଭିନେତାରୁ ନେତା ପାଲଟିଥିବା ପପୁ ପମପମଙ୍କ ଗିରଫଦାରି ପରେ ବିଜେଡିର ଚେତା ପଶିଛି । ଦଳର ମୁଖାପାତ୍ର ଅମର ଶତପଥୀ କହିଛନ୍ତି, ଏଣିକି ଦଳରେ କାହାରିକୁ ସାମିଲ କରାଯିବା ପୂର୍ବରୁ ତାଙ୍କ ସଂପର୍କରେ ଭଲଭାବେ ଯାଂଚ କରାଯିବ । ସଂପୂର୍ଣ୍ଣ ସମୀକ୍ଷା କରାଯିବା ପରେ ହିଁ ଦଳରେ ସାମିଲ କରାଯିବ । କାଷ୍ଟିଂ କାଉଚ ଅଭିଯୋଗରେ ଗିରଫ ହୋଇଥିବା ପପୁ ଥିଲେ ବିଜେଡିର ଷ୍ଟାର କ୍ୟାମ୍ପେନର । ୨୦୧୪ ନିର୍ବାଚନରେ ତାଙ୍କୁ ଚମ୍ପୁଆରୁ ବିଧାୟକ ପ୍ରାର୍ଥୀ କରିଥିଲା ବିଜେଡି । ନାବାଳିକାଙ୍କୁ ଯୌନ ନିର୍ଯାତନା ନେଇ ପପୁଙ୍କ ବିରୋଧରେ ଅଭିଯୋଗ ପରେ ତାଙ୍କୁ ଦଳରୁ ବହିଷ୍କାର କରିଥିଲା ବିଜେଡି ।