ଆମ ଓଡିଶାର ତରଫରୁ ରାଜ୍ୟବ୍ୟାପୀ ପ୍ରତିଯୋଗିତା : ଲକ୍ଷାଧିକ ଛାତ୍ରଛାତ୍ରୀ ନେଲେ ଭାଗ

139

କନକ ବ୍ୟୁରୋ : ଦୈନିକ ଖବର କାଗଜ ସମ୍ବାଦର ୩୪ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଆମ ଓଡିଶା ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିଯୋଗୀତା ୨୦୧୮ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ମୋଟ ୪୨୦ଟି କେନ୍ଦ୍ରରେ ଲକ୍ଷାଧିକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆମ ଓଡିଶା ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିଯୋଗୀତା ୨୦୧୮ ଅନୁଷ୍ଠିତ ହୋଇଛି । ପ୍ରଥମରୁ ପଂଚମ ଯାଏ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାଙ୍କୁ ନେଇ ଓଡିଆ ହସ୍ତାକ୍ଷର ଏବଂ ଅଷ୍ଟମରୁ ଦଶମର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗୀତା କରାଯାଇଛି । ଭୁବନେଶ୍ୱର ସଂସ୍କରଣରେ ୧୩ ହଜାର ୪୯୭ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କ ଖାତାକୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ପୁନଃ ମୂଲ୍ୟାୟନ କରାଯିବା ସହ ଅକ୍ଟୋବର ୪ ସମ୍ବାଦର ବାର୍ଷିକ ଉତ୍ସବ ପୂର୍ବରୁ କୃତି ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯିବ ।

ବ୍ରହ୍ମପୁର ସଂସ୍କରଣରେ ଏହି ପ୍ରତିଯୋଗିତାରେ ୧୨ ହଜାର ୫୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇ ଚିତ୍ରାଙ୍କନ, ହସ୍ତାକ୍ଷତ, ଭାଷାଜ୍ଞାନ ଓ ପ୍ରବନ୍ଧ ଲେଖିଛନ୍ତି । ଏହି ପ୍ରତିଯୋଗୀତାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । । ପ୍ରତ୍ୟକ ବିଭାଗରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

ସେହିଭଳି ପୁରୀରେ ମଧ୍ୟ ଆମ ଓଡିଶା ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିଯୋଗିତା ୨୦୧୮ ଅନୁଷ୍ଠିତ ହୋଇଥିଲା । ଏଥିରେ ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ଭାଗ ନେଇଥିଲେ । ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବେଳେ ଏହାକୁ ଶିକ୍ଷକମାନେ ତଦାରଖ କରିଥିଲେ ।

ସମ୍ବାଦର ବାର୍ଷିକ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ପ୍ରତିଯୋଗିତାରେ ବାଲେଶ୍ୱର ସଂସ୍କରଣ ପକ୍ଷରୁ ୧୯ ହଜାର ୩ଶହ ୫୩ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାକୁ ନେଇ ଉଭୟ ପ୍ରତିଯୋଗୀ ଓ ଅଭିଭାବକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଖୋର୍ଦ୍ଧାର ଗାନ୍ଧୀ ପଡିଆ ଠାରେ ଥିବା ବୀଣାପାଣି ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆମ ଓଡିଶା ପକ୍ଷରୁ ଆୟୋଜିତ ଚିତ୍ରାଙ୍କନ, ହସ୍ତାକ୍ଷର, ଓ ଭାଷାଜ୍ଞାନ- ପ୍ରବନ୍ଧ ପ୍ରତିଯୋଗିତାରରେ ଖୋର୍ଦ୍ଧା ପୌରାଚଂଳ ଏବଂ ବ୍ଲକର ୨୬ଟି ସ୍କୁଲ ୩୨୧ ଜଣ ଛାତ୍ରଛାତ୍ରୀ ଅଶଂ ଗ୍ରହଣ କରିଥିଲେ । ଦିନ ୧୦ ସମୟରୁ ଆରମ୍ଭ କରାଯାଇଥିବା ଏହି ପ୍ରତିଯୋଗିତା ୧୧ଟାରେ ଶେଷ ହୋଇଥିଲା । ପ୍ରତ୍ୟକ ବିଭାଗରେ ପ୍ରଥମ, ଦ୍ୱିତୀୟ, ତୃତୀୟ ହିସାବରେ ମୋଟ ୯ ଜଣ ଛାତ୍ରଛାତ୍ରୀଙ୍କୁ ପୁରଷ୍କାର ପ୍ରଦାନ କରାଯାଇଛି ।

ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ଆଜି ପିପିଲି , ଡେଲାଙ୍ଗ, କଣାସ ବ୍ଲକ ୭୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ବିଦ୍ୟାଳୟରେ ଚିତ୍ରାଙ୍କନ ,ହସ୍ତାକ୍ଷର ,ଭାଷାଗ୍ଣ୍ୟାନ, ପ୍ରବନ୍ଧ ପ୍ରତିଯୋଗୀତା ହୋଇଛି । ପିପିଲିର ନୋଡାଲ ଉଚ ବିଦ୍ୟାଳରେ ୧୪ଟି ବିଦ୍ୟାଳୟର ୩୫୦ ଜଣ ଛାତ୍ରଛାତ୍ରୀ ଙ୍କୁ ନେଇ ପ୍ରତିଯୋଗତା ଅନୁଷ୍ଠିତ ହୋଇଥିଲା ।

ଯାଜପୁର ଜିଲ୍ଳା ସ୍କୁଲ ପରିସରରେ ମଧ୍ୟ ଚିତ୍ରାଙ୍କନ, ହସ୍ତାକ୍ଷର ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଜିଲ୍ଳାର ୧୦ଟି ବ୍ଲକର ୧୧ଟି କେନ୍ଦ୍ରରେ ଏହି ପ୍ରତିଯୋଗିତା ହୋଇଥିବା ବେଳେ ଏଥିରେ ଅଶଂଗ୍ରହଣ କରିଥିବା ଛାତ୍ରଛାତ୍ରୀ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଚିତ୍ରାଙ୍କନ, ହସ୍ତାକ୍ଷର ଓ ପ୍ରବନ୍ଧ ଲେଖିଥିଲେ ।

ବୌଦ୍ଧ ଜିଲ୍ଲା ୩ଟି ବ୍ଲକର ମୋଟ ୪ଟି ସ୍ଥାନରେ ଭାଷା ଜ୍ଞାନ, ପ୍ରବନ୍ଧ, ଚିତ୍ରାଙ୍କନ ଏବଂ ହସ୍ତାକ୍ଷର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି । କଂଟାମାଳ ବ୍ଲକର କଂଟାମାଳ ଏବଂ ମନମୁଣ୍ଡା ହାଇସ୍କୁଲରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିବା ବେଳେ ହରଭଙ୍ଗା ବ୍ଲକର ଚାରିଛକ ହାଇସ୍କୁଲ ଏବଂ ବୌଦ୍ଧ ବ୍ଲକର ବୌଦ୍ଧ ସରକାରୀ ବାଳିକା ହାଇସ୍କୁଲ ଠାରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।

ସମ୍ବାଦର ରାଉରକେଲା ସଂସ୍କରଣ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ୬ ହଜାର ୨ ଶହ ୩୭ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ରାଉରକେଲାର ୫ଟି କେନ୍ଦ୍ରରେ ଆୟୋଜିତ ପ୍ରତିଯୋଗିତାରେ ପ୍ରାୟ ୧୫ଶହ ସ୍କୁଲର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏଠରେ ପ୍ରତିବିଭାଗରେ ୩ ଜଣ ଲେଖାଏ କୃତି ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇଛି ।