ସଂକଳ୍ପ ପଦଯାତ୍ରା : ଜନ୍ମଦିନରେ ଆମ ଓଡ଼ିଶା ପାର୍ଟିର ବିକଳ୍ପ ପାଇଁ ସଂକଳ୍ପ

39

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିକଳ୍ପ ପାଇଁ ସଂକଳ୍ପ ଯାତ୍ରା । ମା, ମାଟି ଓ ମାତୃଭାଷା ସହ ନିଶାମୁକ୍ତି ଓଡିଶାର ସଂକଳ୍ପ ନେଇ ଆମ ଓଡିଶାର ଅଭିଯାନ । ଖଣ୍ଡପଡାରୁ କଂଟିଲୋ ନୀଳମାଧବ ଯାଏଁ, ବିଶାଳ ପଦଯାତ୍ରାରେ ଦଳ ଦେଇଛି ବିଜେଡି ବିରୋଧରେ ବିକଳ୍ପର ବାର୍ତ୍ତା ।

ଆଗକୁ ପଂଚାୟତ ଯୁଦ୍ଧ । ଏହା ପୂର୍ବରୁ ନିର୍ବାଚନୀ ବିଗୁଲ୍ ବଜାଇଛି ଆମ ଓଡିଶା । ନିର୍ବାଚନୀ ରଣାଙ୍ଗନରେ ପ୍ରମୁଖ ରାଜନୈତିକ ଦଳକୁ ଟକ୍କର ଦେବାକୁ ଦଳ କରିଛି ସଂକଳ୍ପ ପଦଯାତ୍ରା । ଯାହାକୁ ସମର୍ଥନ କରିଛନ୍ତି ଖଣ୍ଡପଡା ଓ ଭାପୁର ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ୪୨ ଟି ପଂଚାୟତର ୭ ହଜାର କର୍ମୀ । ବିଜେଡିର ବିକଳ୍ପ ଖୋଜିବାକୁ ଲୋକଙ୍କୁ ବାର୍ତ୍ତା ଦେଇଛି ଆମ ଓଡିଶା ।

୨୦୧୪ରେ ଜନ୍ମ ନେଇଥିଲା ଆମ ଓଡିଶା ପାର୍ଟି । ତୃତୀୟ ବର୍ଷରେ ଦଳ ବାର୍ତା ଦେଇଛି ବିଜେଡି ସରକାରରେ ଖଣ୍ଡପଡାରେ ବଢିଛି ଦୁର୍ନୀତି ଆଉ ଏହାର ପ୍ରତିରୋଧ ପାଇଁ ବିକଳ୍ପ ହେଉଛି ଆମ ଓଡିଶା ।