ପଂଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରଚାର କଲା ଆମ ଓଡିଶା ପାର୍ଟି : ଘର ଘର ବୁଲି ଭୋଟ୍ ମାଗିଲେ ହେଭିୱେଟ୍

109

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପ୍ରଚାରକୁ ଜୋରଦାର କଲା ଆମ ଓଡିଶା ପାର୍ଟି । ନୟାଗଡ ଜିଲ୍ଲା ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାପୁର ବ୍ଲକର ହନୁମାନ ମନ୍ଦିରରୁ ଆମ ଓଡିଶା ପାର୍ଟି ତାହାର ନିର୍ବାଚନ ପ୍ରଚାର ଆରମ୍ଭ କରିଛି । ଘର ଘର ବୁଲି ଆମ ଓଡିଶାର ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଭୋଟ ଭିକ୍ଷା କରିଛନ୍ତି ଦଳ ମୁଖ୍ୟ ସୈାମ୍ୟ ରଞ୍ଜନ ପଟ୍ଟନାୟକ ।

ମା, ମାଟି, ମାତୃଭାଷା ଓ ନିଶାମୁକ୍ତ ଓଡିଶା ଗଠନର ଲକ୍ଷ୍ୟ ନେଇ ଓଡିଶାରେ ବିକଳ୍ପ ପାଇଁ ତାହାର ସଂଗ୍ରାମ ଆରମ୍ଭ କରିଛି ଆମ ଓଡିଶା ଦଳ । ଖଣ୍ଡପଡା ମାଟି ଜନ୍ମ ଦେଇଥିବା ଆମ ଓଡିଶା ପାର୍ଟି ଖଣ୍ଡପଡାରେ ଏକ ଭିନ୍ନ,ସ୍ୱଚ୍ଛ, ଦୁର୍ନୀତି ମୁକ୍ତ ପ୍ରଶାସନ ଦେବ ବୋଲି କହିଛନ୍ତି ପାର୍ଟି ଅଧ୍ୟକ୍ଷ ସୈାମ୍ୟ ରଞ୍ଜନ । ସେହିପରି ବିଜେଡି ଛାଡି ନିକଟରେ ଆମ ଓଡିଶାରେ ଯୋଗ ଦେଇଥିବା ହେଭିୱେଟ୍ ନେତା ଶିଶିର କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ବସନ୍ତ କୁମାର ମାଝି, ଦାଶରଥି ଦାସ, ରାମେଶ୍ୱର ଶତପଥିଙ୍କ ଭଳି ବହୁ ନେତା ଘର ଘର ବୁଲି ପ୍ରଚାର ଚଳାଇଛନ୍ତି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :