୧୦ଟି ଜିଲ୍ଲାର ୨୪୬ଟି ପଞ୍ଚାୟତ ପାଇଁ ୫୭.୧୦ କୋଟି ଟଙ୍କା : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ପ୍ରକଳ୍ପ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

55

କନକ ବ୍ୟୁରୋ :  ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଟି ଜିଲ୍ଲାର ୨୪୬ଟି ପଞ୍ଚାୟତ ପାଇଁ ୫୭.୧୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏଥିରେ ସମୁଦାୟ ୨୩୦୨ଟି ପ୍ରକଳ୍ପ ସାମିଲ ଅଛି । ଏହି କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ଆଜି ସୁନ୍ଦରଗଡ଼ ଜିଲ୍ଲା କୋଇରା ବ୍ଲକର ୧୫ଟି ପଞ୍ଚାୟତ ପାଇଁ ୩.୭୫ କୋଟି ଟଙ୍କାରେ ୧୨୧ଟି ପ୍ରକଳ୍ପ, ନୟାଗଡ଼ ବ୍ଲକର ୨୯ଟି ପଞ୍ଚାୟତ ପାଇଁ ୭.୨୩ କୋଟି ଟଙ୍କାରେ ୪୦୭ଟି ପ୍ରକଳ୍ପ, କେନ୍ଦୁଝର ହାଟଡ଼ିହି ବ୍ଲକର ୩୧ଟି ପଞ୍ଚାୟତ ପାଇଁ ୭.୨୮ କୋଟି ଟଙ୍କାରେ ୩୦୮ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତ । ସେହିପରି ବାଲେଶ୍ବର ଜଳେଶ୍ବର ବ୍ଲକର ୩୫ଟି ପଞ୍ଚାୟତ ପାଇଁ ୮.୭୫ କୋଟି ଟଙ୍କାରେ ୨୮୮ଟି ପ୍ରକଳ୍ପ, ନୂଆପଡ଼ା ଖରିଆର ବ୍ଲକର ୨୫ଟି ପଞ୍ଚାୟତ ପାଇଁ ୩.୭୬ କୋଟି ଟଙ୍କା‌େର ୨୧୮ଟି ପ୍ରକଳ୍ପ ଏବଂ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ୨୬ଟି ପଞ୍ଚାୟତ ପାଇଁ ୫.୬୪ କୋଟି ଟଙ୍କାରେ ୨୭୧ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି ।

 

ପୁରୀ ଡେଲାଙ୍ଗ ବ୍ଲକର ୨୧ଟି ପଞ୍ଚାୟତ ପାଇଁ ୫.୫୯ କୋଟି ଟଙ୍କାରେ ୨୨୬ଟି ପ୍ରକଳ୍ପ, ମୟୁରଭଞ୍ଜ ଯଶିପୁର ବ୍ଲକର ୨୦ଟି ପଞ୍ଚାୟତ ପାଇଁ ୪.୯୯କୋଟି ଟଙ୍କାରେ ୧୬୦ଟି ପ୍ରକଳ୍ପ ଓ ସମଖୁଣ୍ଟା ବ୍ଲକର ୧୪ଟି ପଞ୍ଚାୟତ ପାଇଁ ୩.୩୬କୋଟି ଟଙ୍କାରେ ୧୧୪ଟି ପ୍ରକଳ୍ପ, ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତ ପାଇଁ ୩.୭୫କୋଟି ଟଙ୍କାରେ ୯୮ଟି ପ୍ରକଳ୍ପ ଏବଂ କନ୍ଧମାଳ କୋଟଗଡ଼ ବ୍ଲକର ୧୫ଟି ପଞ୍ଚାୟତ ପାଇଁ ୩କୋଟି ଟଙ୍କାରେ ୯୧ଟି ପ୍ରକଳ୍ପ ପାଇଁ ଅର୍ଥ ଅନୁେମାଦନ ହୋଇଥିଲା ।
ଆମ ଗାଁ ଆମ ବିକାଶ କାର‌୍ୟ୍ୟକ୍ରମରେ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିଲେ। ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ଉନ୍ନୟନ କମିସନର, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଉଲ୍ଲେଖଥାଉ କି, ଆଜିର କାର‌୍ୟ୍ୟକ୍ରମକୁ ମିଶାଇ ରାଜ୍ୟର ୨୨୯ଟି ବ୍ଲକର ୪୯୮୪ଟି ଗ୍ରାମପଞ୍ଚାୟତର ଜନସାଧାରଣଙ୍କ ପ୍ରସ୍ତାବିତ ୪୫,୭୧୪ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏଯାଏ ବିଭିନ୍ନ କାର‌୍ୟ୍ୟକ୍ରମ ପାଇଁ ସମୁଦାୟ ୧୧୩୦.୫୯ କୋଟି ଟଙ୍କା ଅନୁେମାଦନ ହୋଇଛି ।