ସବୁ ଗାଁରେ ପହଁଚିଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ! ୩୧୪ ଦିନ ମଧ୍ୟରେ ୬୨,୮୫୭ ପ୍ରକଳ୍ପ ପାଇଁ ୧୫୫୪ କୋଟି ମଞ୍ଜୁର କରିଛନ୍ତି ରାଜ୍ୟ ସରକାର ।

୨୦୧୮ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପାଖାପାଖି ୩୧୪ ଦିନ ମଧ୍ୟରେ ରାଜ୍ୟର ୩୧୪ ବ୍ଲକ, ୬୭୯୮ ପଞ୍ଚାୟତରେ ପହଁଚି ପାରିଛି ।

192

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ସୃଷ୍ଟି କରିଛି ନୂଆ ଇତିହାସ । ଆଜି ଏହି କାର୍ଯ୍ୟକ୍ରମ ରାଜ୍ୟର କୋଣ ଅନୁକୋଣରେ ପହଁଚି ପାରିଛି । ୨୦୧୮ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପାଖାପାଖି ୩୧୪ ଦିନ ମଧ୍ୟରେ ରାଜ୍ୟର ୩୧୪ ବ୍ଲକ, ୬୭୯୮ ପଞ୍ଚାୟତରେ ପହଁଚି ପାରିଛି । ଏହାସହ ମୋଟ୍ ୬୨ ହଜାର ୮୫୭ଟି ପ୍ରକଳ୍ପ ପାଇଁ ୧୫୫୪ କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁରୀ କରିଛନ୍ତି ।

ସେପଟେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, “ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଲୋକମାନଙ୍କର ଅଂଶଗ୍ରହଣ ଓ ଉତ୍ସାହରେ ମୁଁ ବହୁତ ଖୁସି । ଯେ କୌଣସି ବିକାଶ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ଲୋକଙ୍କ ସହିତ ପ୍ରତ୍ୟକ୍ଷ ଯୋଗାଯୋଗ ଏବଂ ଟେକନୋଲୋଜି ପ୍ରୟୋଗରେ ଏହି ବିକାଶ କାର୍ଯ୍ୟକ୍ରମ ଏକ ଶ୍ରେଷ୍ଠ ଉଦାହରଣ । ଏହି କାର୍ଯ୍ୟକ୍ରମରେ ଲୋକଙ୍କ ସହିତ କଥା ହୋଇ, ଗାଁ ଲୋକଙ୍କ ପାଇଁ କାମ କରି ମୁଁ ବହୁତ ଖୁସି ।”

ଆଜି ମୁ୍ଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ୬ଟି ଜିଲ୍ଲାର ୮ଟି ବ୍ଲକ ପାଇଁ ମୋଟ୍ ୩୯.୫୩ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡ଼ିକ- ନୟାଗଡ଼, ଜଗତସିଂହପୁର, ଝାରସୁଗୁଡ଼ା, ବଲାଙ୍ଗୀର, ଖୋର୍ଦ୍ଧା, ରାୟଗଡ଼ା, ଭଳି ଜିଲ୍ଲାର ବ୍ଲକ ଗୁଡ଼ିକ ପାଇଁ ରାଜ୍ୟ ସରକାର ପାଇଁ ଟଙ୍କା ମଞ୍ଜୁର କରିଛନ୍ତି ।