ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ମୁମ୍ବାଇରେ ମେଗା ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ : ଶିଳ୍ପପତିଙ୍କ ସହ ଆଲୋଚନା କରିବାର ରହିଛି କାର୍ଯ୍ୟକ୍ରମ

28

କନକ ବ୍ୟୁରୋ : ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ମୁମ୍ବାଇରେ ମେଗା ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଞ୍ଜି ନିବେଶକଙ୍କୁ ଆମନ୍ତ୍ରଣ ଦେବା ପାଇଁ ମୁମ୍ବାଇରେ ଏକ ବଡ ଧରଣର କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ସରକାର । ଏଥିପାଇଁ ଆସନ୍ତା ଆଠ ତାରିଖରେ ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ । ସେଠାରେ ରୋଡ ସୋ କରିବା ସହ ଆଗଧାଡିର ଶିଳ୍ପପତିଙ୍କସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ନଭେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ମେକ ଇନ ଓଡିଶା କାର୍ଯକ୍ରମ ଲାଗି ଆଜି ରାଜ୍ୟ ସଚିବାଳୟରେ ପ୍ରସ୍ତୁତି ବୈଠକ ପରେ ସୂଚନା ଦେଇଛନ୍ତି ଶିଳ୍ପ ସଚିବ ସଂଜୀବ ଚୋପ୍ରା ।

ଦେଶ ଓ ବିଦେଶର ବଡ ବଡ ପୁଞ୍ଜିପତିଙ୍କୁ ପୁଞ୍ଜିନିବେଶକଙ୍କୁ ଓଡ଼ିଶାରେ ନିବେଶ କରିବା ପାଇଁ ମଧ୍ୟ ଏକ ବଡ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଏକ ପ୍ରତିନିଧି ମଣ୍ଡଳୀ ଚୀନ, ଜାପାନ ଓ କୋରିଆ ଗସ୍ତ କରିବ ବୋଲି ଶିଳ୍ପ ସଚିବ କହିଛନ୍ତି । ଚଳିତବର୍ଷ କନକ୍ଲେଭରେ ଖାଦ୍ୟ ପ୍ରକ୍ରିୟାକରଣ, ଏମଏସଏମଇ, ଇଲେକ୍ଟ୍ରନିସ୍, ସ୍ମାର୍ଟସିଟି, ସିଏସଆର, ପ୍ରତିରକ୍ଷା ଉତ୍ପାଦନ ଓ ଷ୍ଟାର୍ଟଅପ ଉପରେ ଗୁରୁତ୍ୱ ଦିଆଯିବ । ପୂର୍ବବର୍ଷ ହୋଇଥିବା କନକ୍ଲେଭରେ ଆବେଦନ କରିଥିବା କମ୍ପାନୀ ମାନଙ୍କ ମଧ୍ୟରୁ ୬୫ପ୍ରତିଶତ କମ୍ପାନୀଙ୍କୁ ଅନୁମତି ମିଳିଥିବା ସଚିବ ସୂଚନା ଦେଇଥିଲେ ।