ଜନ୍ମ ନେଲେ ଆଉ ଜଣେ ଅଭିନନ୍ଦନ ! ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ପରାକାଷ୍ଠା ଦେଖି ବାପାମା’ ନବଜାତ ଶିଶୁପୁତ୍ରର ନାଁ ରଖିଲେ ଅଭିନନ୍ଦନ ।

220

ରାଜସ୍ଥାନର ଅଲବର ଜିଲ୍ଲାର କିଶନଗଡବାସ୍ ଠାରେ ଏକ ପରିବାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ନାମରେ ନିଜର ସଦ୍ୟଜାତ ଛୁଆର ନାଁ ଅଭିନନ୍ଦନ ବୋଲି ରଖିଛନ୍ତି । ପରିବାରର କହିବାନୁସାର ଶିଶୁର ନାମ ଅଭିନନ୍ଦନ ରଖିବା ଫଳରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ସୋର୍ଯ୍ୟ ଏବଂ ପରାକ୍ରମକୁ ଆମେ ସବୁବେଳେ ମନେ ପକାଇପାରିବୁ । ଶିଶୁର ମା’ ସପ୍ନାଙ୍କ କହିବାନୁସାର ତାଙ୍କ ପୁଅ ବୀର ପାଇଲଟ୍ ଅଭିନନ୍ଦନଙ୍କ ଭଳି ବାହାଦୂର ହେଉ ।

ସେ କହିଥିଲେ ଯେ ଟିଭି ଏବଂ ଖବରକାଗଜରେ ରିୟଲ୍ ହିରୋ ବାୟୁସେନା ପାଇଲଟ୍ ଅଭିନନ୍ଦନଙ୍କୁ ଦେଖି ସେ ନବଜାତ ପୁତ୍ରର ନାଁ ରଖିଥିଲେ । ମାତାପିତା ଦେଶସେବା ନିମିତ୍ତ ସେନାରେ ପୁଅକୁ ପଠାଇବା କଥା ମଧ୍ୟ କହିଛନ୍ତି । ଜନେଶ୍ ଭୁଟାନୀଙ୍କ ବୋହୂଙ୍କ ଔରସରୁ ଯେତେବେଳେ ଶିଶୁପୁତ୍ର ଜନ୍ମ ହୋଇଥିଲା ସେ ସେତେବେଳେ ଅଭିନନ୍ଦନଙ୍କ ପରାକାଷ୍ଠା ଟିଭିରେ ଦେଖୁଥିଲେ ଏବଂ ନାତିର ନାଁ ସେ ଅଭିନନ୍ଦନ ରଖିଥିଲେ । ପୁତ୍ର ଜନ୍ମ ହେବା ପରେ ହସପିଟାଲରେ ମିଠେଇ ବଣ୍ଟାଯାଇଥିଲା ।