ସୁପ୍ରିମକୋର୍ଟରେ ପହଁଚିଲା ଅଲୱାର ଲିଂଚିଙ୍ଗ୍ ମାମଲା : ଭିଡତନ୍ତ୍ର ନିୟନ୍ତ୍ରଣ କରିବାରେ ବିଫଳ ରାଜସ୍ତାନ ସରକାର, କୋର୍ଟ ନିର୍ଦ୍ଦେଶ ଅବମାନନା ଅଭିଯୋଗ

35

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ପହଂଚିଲା ଅଲବାର ଲିଂଚିଙ୍ଗ ମାମଲା । ରାଜସ୍ଥାନ ଅଲବରରେ ଅକଥନୀୟ ଭାବେ ଗୋଚୋରାଚାଲଣ ଅଭିଯୋଗରେ ଜଣଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ତେବେ ଏହି ଘଟଣା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଆଜି ସର୍ବୋଚ୍ଚ ଅଦାଲତ ଏନେଇ ଦାୟର ହୋଇଥବା ଆବେଦନକୁ ଗ୍ରହଣ କରିଛନ୍ତି । ଏହି ଆବେଦନର ରାଜସ୍ଥାନର ସରକାର ଓ ପାଧିକାରୀଙ୍କୁ ସର୍ବୋଚ୍ଚ ଅଦଳାଲତଙ୍କ ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗ ରହିଛି ।

SupremeCourt
source :The Financial Express

ଆସନ୍ତା ୨୦ରେ ମାମଲାର ଶୁଣାଣି ହେବ । ମୋବ ଲିଂଚିଙ୍ଗକୁ ନେଇ ସୁପ୍ରିମକୋର୍ଟ ବହୁ ନିର୍ଦ୍ଦେଶନାମା ଜାରି କରିଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେପଟେ ଏହି ଘଟଣାରେ ଟୁଇଟ କରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ପୀଡ଼ିତଙ୍କୁ ହସ୍ପିଟାଲରେ ପହଁଚାଇବା ପାଇଁ ପୁଲିସକୁ କାହିଁକି ବିଳମ୍ବ ହେଲା ବୋଲି ରାହୁଲ ଟୁଇଟ କରିଛନ୍ତି । ଅନ୍ୟପଟେ ରାହୁଲ କହିଛନ୍ତି ଏହା ହେଉଛି ମୋଦିଙ୍କ କ୍ରୁର ସରକାରର ଚିତ୍ର ।  ଯେଉଁଠି ମାନବିକତାକୁ ଘୃଣାରେ ପରିବର୍ତ୍ତିତ କରାଯାଉଛି ।