ଦାମୀ ଛତୁ ଖାଇ ମୋଦି ଗୋରା ହୋଇଛନ୍ତି ! କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଳ୍ପେଶ ଠାକୁରଙ୍କ ଏହି ଟିପ୍ପଣୀକୁ ନେଇ ସମାଲୋଚନା

21

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୈନିକ ଦାମୀ ଛତୁ ଖାଉଥିବାରୁ ଗୋରା ହୋଇଛନ୍ତି । ଗୁଜରାଟ ନିର୍ବାଚନ ପ୍ରଚାରର ଶେଷ ଦିନରେ ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଳ୍ପେଶ ଠାକୁର । ଓବିସି ନେତା ଅଳ୍ପେଶ ଠାକୁର କହିଛନ୍ତି- ମୋଦି ପୂର୍ବରୁ ତାଙ୍କ ଭଳି କଳା ଥିଲେ । ମାତ୍ର ସେ ତାଇୱାନରୁ ଆମଦାନୀ ହୋଇଥିବା ଛତୁ ଖାଇ ଗୋରା ହୋଇଛନ୍ତି । ଏହି ଛତୁ ଖଣ୍ଡର ମୂଲ୍ୟ ୮୦ ହଜାର ଟଙ୍କା ।

ମୋଦି ଦୈନିକ ୫ ଖଣ୍ଡ ଛତୁ ଖାଆନ୍ତି ଯାହାର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ । ଏମିତି ଭାବେ ମାସକୁ ୧ କୋଟି ୨୦ ଲକ୍ଷ ଟଙ୍କାର ଛତୁ ଖାଆନ୍ତି ମୋଦି । ମୋଦି ଗୁଜରାଟରେ ମୁଖ୍ୟମନ୍ତ୍ରୀ ହେବା ଦିନରୁ ଏଭଳି ଛତୁ ଖାଉଥିବା କହିଛନ୍ତି ଅଳ୍ପେଶ ଠାକୁର । ଅଳ୍ପେଶଙ୍କ ଏହି ଟିପ୍ପଣୀକୁ କେତେକ ସମାଲୋଚନା କରିଛନ୍ତି । ତେବେ ଅଳ୍ପେଶଙ୍କ ଏହି ଭିଡିଓ ବର୍ତମାନ ଜାତୀୟ ଗଣମାଧ୍ୟମରେ ଭାଇରାଲ୍ ହୋଇଛି ।