ଏମିତି ଏକ ଘର ! ଯେଉଁଠି ଭରି ରହିଥିଲା ମୃତ୍ୟୁର ସାମଗ୍ରୀ ।

89

ଏକ ଘରେ ଭରି ରହିଛି ମୃତ୍ୟୁର ଅନେକ ସାମଗ୍ରୀ । ନକ୍ସଲମାନଙ୍କୁ ଖୋଜିବା ପାଇଁ ବାହାରିଥିବା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଏବଂ ଝାରଖଣ୍ଡ ପୋଲିସର ମିଳିତ ଟିମକୁ ଏକ ବଡ ସଫଳତା ପ୍ରାପ୍ତ ହୋଇଛି । ସୁରକ୍ଷା ବଳର ମିଳିତ ଟିମ ଝାରଖଣ୍ଡର ଡିଗରୀ ନାମକ ଗାଁର ଏକ ଘରୁ ଭାରି ମାତ୍ରାରେ ଲ୍ୟାଣ୍ଡମାଇନ୍ସରେ ବ୍ୟବହାର କରାଯାଉଥିବା ବିସ୍ଫୋଟକ ଜବତ କରିଛନ୍ତି । ଜାବତ ହୋଇଥିବା ସାମଗ୍ରୀ ମଧ୍ୟରେ ୪୮୨ ଜେଲୋଟିନ ଷ୍ଟିକ, ୮୮୯ ଡେଟୋନେଟର, ୨୫୦ ମିଟର କୋରେକ୍ସ ତାର, ୨ଟି ସେଫ୍ଟି ଫ୍ୟୁଜ ସମେତ ଅନ୍ୟ କେତେକ ସାମଗ୍ରୀ ଜବତ କରାଯାଇଛି ।

explosive-recovered

ତେବେ ଅନୁମାନ କରାଯାଉଛି ଯେ, ଜବତ ହୋଇଥିବା ଏହି ବିସ୍ପୋଟକ ଜରିଆରେ ନକ୍ସଲମାନେ କୌଣସି ଏକ ବିସ୍ଫୋରଣ କରିବାର ପ୍ରସ୍ତୁତି କରୁଥିଲେ । ତେବେ ନିଜ ଯୋଜନାରେ ସଫଳ ହେବା ପୂର୍ବରୁ ମୃତ୍ୟୁର ଏହି ସାମଗୀଗୁଡିକୁ ସିଆରପିଏଫ ଏବଂ ଝାରଖଣ୍ଡ ପୋଲିସର ମିଳିତ ଟିମ୍ ଜବତ କରିନେଇଛି ।

ସିଆରପିଏଫର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଝାରଖଣ୍ଡର ଜାମସେଦପୁର ଠାରୁ ୩୫ କିଲୋମିଟର ଦୂରରେ ଥିବା ଡିଗରୀ ଗାଁରେ ସିଆରପିଏଫର ୧୯୩ ବାଟାଲିୟନର କମାଣ୍ଡୋ ଏବଂ ଝାରଖଣ୍ଡ ପୋଲିସର ଟିମ ନକ୍ସଲମାନଙ୍କୁ ଖୋଜିବା ପାଇଁ ବାହାରିଥିଲେ । ଗାଁର ଏକ ଘରେ ସନ୍ଧାନ କରିବା ସମୟରେ ସୁରକ୍ଷାବଳ ମୃତ୍ୟୁର ଏହି ସାମଗ୍ରୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଏହି ସାମଗ୍ରୀ ଗୁଡିକୁ ଲ୍ୟାଣ୍ଡମାଇନ୍ସ ବିଛାଇବା କାର୍ଯ୍ୟରେ ଲଗାଯାଇଥାଏ । ସୁରକ୍ଷାବଳଙ୍କୁ ନିଜ କ୍ୟାମ୍ପ ପର୍ଯ୍ୟନ୍ତ ଆସିବାକୁ ରୋକିବା ପାଇଁ ନକ୍ସଲମାନେ ଅନେକ ଯାଗାରେ ଲ୍ୟାଣ୍ଡମାଇନ୍ସ ବିଛାଇଥାଆନ୍ତି ।