ସିବିଆଇ-ସିବିଆଇ ଲଢେଇରେ ନୂଆ ମୋଡ଼ : ଛୁଟିରେ ଗଲେ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା

44

କନକ ବ୍ୟୁରୋ : ସିବିଆଇ ବିବାଦ ଆଜି ନୂଆ ମୋଡ଼ ନେଇଛି । ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ଆଜି ଛୁଟିରେ ପଠାଇଦେଇଛନ୍ତି କେନ୍ଦ୍ର ସରକାର । ଏବଂ ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ନାଗେଶ୍ୱର ଆଜି ସକାଳୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ସହିତ ସିବିଆଇ କାର୍ଯ୍ୟାଳୟର ୧୦ମ ଓ ୧୧ତମ ଫ୍ଲୋରକୁ ବନ୍ଦ୍ କରି ଦିଆଯାଇଛି ।

ସେହିପରି ଅରୁଣ ଶର୍ମାଙ୍କୁ ଆଂଟି କରପ୍ସନ ହେର୍ଡକ୍ୱାର୍ଟରରୁ ହଟାଇ ଦିଆଯାଇଛି । ଏସି-ଥ୍ରୀର ଡିଆଇଜି ମନୀଷ ସିହ୍ନାଙ୍କୁ ବି ତାଙ୍କ ପଦରୁ ହଟାଇ ଦିଆଯାଇଛି । ସିବିଆଇ ରାକେଶ ଆସ୍ଥାନାଙ୍କ ବିରୋଧରେ ଥିବା ମାମଲାକୁ ଫାଷ୍ଟଟ୍ରାକ୍ କୋର୍ଟକୁ ପଠାଇ ଦେଇଛି । ତେବେ ରାକେଶଙ୍କୁ ସୋମବାର ପର୍ଯ୍ୟନ୍ତ ଗିରଫ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଅନ୍ୟପଟେ ରାକେଶ ଆସ୍ଥାନାଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । ଦୁର୍ନୀତି ଅଭିଯୋଗ ପରେ ତାଙ୍କ ନାଁରେ ଜବରଦସ୍ଥ ଟଙ୍କା ଅସୁଲ କରୁଥିବା ଅଭିଯୋଗ କରି ଏଫଆଇଆର ମାମଲା ଦାଖଲ କରିଛି ସିବିଆଇ । ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥାରେ ଏଭଳି ଅଫିସର ଲଢେଇକୁ ନେଇ ସାରା ଦେଶ ସ୍ତମ୍ଭୀଭୂତ ହୋଇଯାଇଛି ।