ଏଣିକି ଲିଭ-ଇନ କପଲଙ୍କୁ ମିଳିପାରିବ ‘ସରୋଗେସି’ ଅଧିକାର ! କେନ୍ଦ୍ର ସରକାରଙ୍କୁ ସୁପାରିଶ କଲେ ସଂସଦୀୟ କମିଟି

63

କନକ ବ୍ୟୁରୋ: ଏଣିକି ଲିଭ-ଇନ କପଲଙ୍କୁ ମିଳିପାରିବ ‘ସରୋଗେସି’ ଅଧିକାର । ଏନେଇ ସଂସଦୀୟ କମିଟି କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି । ଲିଭ-ଇନ କପଲଙ୍କ ସମେତ ବିଧବା ମହିଳାମାନଙ୍କୁ ମଧ୍ୟ ସରୋଗେସି ଅଧିକାର ଦେବା ପାଇଁ କେନ୍ଦ୍ରକୁ ସୁପାରିଶ କରିଛନ୍ତି ସଂସଦୀୟ କମିଟି ।

ଦମ୍ପତିଙ୍କ ପରି ଲିଭ-ଇନ କପଲ ଓ ବିଧବାଙ୍କୁ ମଧ୍ୟ ଆଇନ ଅନୁଯାୟୀ ସରୋଗେସି ଅଧିକାର ଦେବା ପାଇଁ ନିଜ ରିପୋର୍ଟରେ ପ୍ରକାଶ କରିଛନ୍ତି ସଂସଦୀୟ କମିଟି । ଏହାସହ ସରୋଗେଟ ମାଁଙ୍କୁ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ସହାୟତା ଯୋଗାଇଦେବା ପାଇଁ କମିଟି କହିଛି ।

ଏହାସହ ଏନଆରଆଇ, ପିଆଇଓ ଓ ଓସିଆଇ କାର୍ଡ ହୋଲ୍ଡରଙ୍କୁ ଭାରତରେ ସରୋଗେସି ଅଧିକାରରୁ ବାରଣ କରିବାରେ କୌଣସି ପର୍ଯ୍ୟାନ୍ତ କାରଣ ନାହିଁ ବୋଲି ସଂସଦୀୟ କମିଟି କହିଛି । ସେହିପରି ଏନଆରଆଇ, ପିଆଇଓ ଓ ଓସିଆଇ କାର୍ଡ ହୋଲ୍ଡରଙ୍କୁ ଆଇନ ଅନୁଯାୟୀ ଭାରତରେ ସରୋଗେସି ଅଧିକାର ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଛି ।